No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୦ ନଭେମ୍ବର ଶୁକ୍ରବାର ) ହିଞ୍ଜିଳିକାଟୁ :- ହିଞ୍ଜିଳି ଥାନା ଆଡପଡା ଗ୍ରାମର ଜଣେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ହିଞ୍ଜିଳି ପୁଲିସ ବୁଧବାର ଚଢାଉ କରି ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଜଣକ ସ୍ଥାନୀୟ ଥାନା ଆଡପଡା ଗ୍ରାମର ଉତ୍ତମ ପ୍ରଧାନ । ଗିରଫ ବ୍ୟକ୍ତିଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡର ପ୍ରାୟ ୧୬ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଏ ନେଇ ହିଞ୍ଜିଳି ଥାନାରେ ୪୧୭/୨୦ ରେ ଏକ ମାମଲା ରୁଜୁ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।
ପ୍ରକାଶ ଥାଉକି, ହିଞ୍ଜିଳି ଥାନା ଅଞ୍ଚଳର ବହୁ ଗ୍ରାମରେ ପାନ ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ଦୋକାନ ଗୁଡିକରେ ବେଆଇନ ଭାବେ ଦେବୀ ଓ ବିଦେଶୀ ମଦ ଖୁଲୁମ ଖୁଲା ବିକ୍ରି ହେଉଥିବା ବେଳେ ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଉନଥିବା ଅଭିଯୋଗ ହେଉଛି । ଚୋରା ମଦ ବେପାରୀଙ୍କ ସହ ସ୍ଥାନୀୟ ଅବକାରୀ ବିଭାଗ କର୍ମଚାରୀ ମାନଙ୍କ ମଧୂଚନ୍ଦ୍ରିକା ଚାଲିଥିବା ନେଇ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଅର୍ତକିତ ଚଢ଼ାଉ କଲେ ବହୁ ଗୋପନ ରହସ୍ୟ ଜଣାପଡ଼ିବ ବୋଲି ଚର୍ଚ୍ଚା ଜୋର ଧରିଛି । (ରିପୋର୍ଟ ଶୁସାନ୍ତ ପ୍ରଧାନ ହିଞ୍ଜିଳିକାଟୁ)
No Result
View All Result