No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ନଭେମ୍ବର ଶୁକ୍ରବାର ) ଢେଙ୍କାନାଳ :- ଜିଲ୍ଲା କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହରେ ଜିଲ୍ଲା କୃଷି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନରୋତ୍ତମ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ରବି ଫସଲ ୨୦୨୦-୨୧ ପାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ରାଜ କିଶୋର ନାୟକ ବୈଠକରେ ବିଷଦ ଆଲୋଚନା କରିଥିଲେ।ଏ ବର୍ଷ ଜିଲ୍ଲାରେ ରବି ଫସଲ ପାଇଁଁ ୯୮,୪୬୧ ହେକ୍ଟର ଜମିରେ ଚାଷ ପାଇଁଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ରବି ଫସଲ ପାଇଁ ଜଳସେଚନ ଏବଂ ମାଟିର ଆଦ୍ରତାକୁ ଦୃଷ୍ଟିରେ ରଖି ୧୦୭୫ ହେକ୍ଟର ଜମିରେ ପାନ, ମକ୍କା-ବାଜରା ଚାଷ ପାଇଁଁ ୮୦୦ ହେକ୍ଟର, ଡାଲି ଜାତୀୟ ପାଇଁ ୫୩,୫୦୫ ହେକ୍ଟର, ତୈଳବୀଜ ପାଇଁଁ ୧୫,୯୪୧ ହେକ୍ଟର, ପନିପରିବା ପାଇଁଁ ୨୧,୫୯୦ ହେକ୍ଟର, ମସଲା ଜାତୀୟ ୪,୯୫୦ ଏବଂ ଆଖୁ ଚାଷ ପାଇଁଁ ୬୦୦ ହେକ୍ଟର ଜମି ଚାଷ ପାଇଁଁ ପ୍ରସ୍ତାବ ରହିଛି ବୋଲି କୃଷି ଅଧିକାରୀ ପ୍ରକାଶ କରିଥିଲେ ।
ଚଳିତ ରବି ଋତୁରେ ମୋଟ୪୩,୨୬୧ ଜମିରେ ଜଳସେଚନର ସୁବିଧା କରାଯିବ । ଏଥି ସହିତ ଚାଷ ପାଇଁଁ ମୋଟ ୧୮୧୬ ମେଟ୍ରିକ୍ ଟନ୍ ସାର ପ୍ରୟୋଗ ନିମନ୍ତେ ବ୍ୟବସ୍ଥା କରାଯିବ। ଫସଲର ସୁରକ୍ଷା ଓ ଅଧିକ ଅମଳ ନିମନ୍ତେ ୨୩,୧୦୦ ହେକ୍ଟର ଜମିରେ କୀଟନାଶକ ପ୍ରୟୋଗ ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜଣାଯାଇଛି। ଜିଲ୍ଲାର ଚାଷୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହିତ ଛତୁ, କଦଳୀ,ସଜନା, ଅମୃତଭଣ୍ଡା, ପିଜୁଳି ଆଦି ଚାଷ ନିମନ୍ତେ ପ୍ରୋତ୍ସାହନ ଦିଆଯାଉଛି ।
ଜିଲ୍ଲାର ଜଳସେଚିତ ଜମିରେ ଧାନଚାଷ ସହିତ ଡାଲି ଜାତୀୟ ଏବଂ ତୈଳବୀଜ ଜାତୀୟ ଫସଲକୁ ପ୍ରାଧାନ୍ୟ ଦେବା ପାଇଁଁ କୃଷି ବିଭାଗକୁ ପ୍ରକଳ୍ପ ଅଧିକାରୀ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ସମବାୟ ଉପ ନିବନ୍ଧକ ଶ୍ରୀ ସଂଗ୍ରାମ କେଶରୀ ରାଉତ, ଉଦ୍ୟାନ ଉପ ନିର୍ଦ୍ଦେଶକ ଶ୍ରୀ ଲୋକନାଥ ଜେନା, କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ,ଆତ୍ମା ଓ ଶକ୍ତି ଶୁଗାର କମ୍ପାନୀ କର୍ମକର୍ତ୍ତା, ଜିଲ୍ଲାର ସହକାରୀ କୃଷି ଅଧିକାରୀ ଏବଂ ବ୍ୟାଙ୍କ କର୍ମକର୍ତ୍ତା ଉପସ୍ଥିତ ଥିଲେ । (ରିପୋର୍ଟ୍, ଅମର ରଞ୍ଜନ ଦାସ)
No Result
View All Result