ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର, ତା ୧୭/୦୧ /୨୦୨୦ – ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଉତ୍ତର ପ୍ରଦେଶ ରାଜଧାନୀ ଲଖନୌରଠାରେ ଆୟୋଜିତ ସପ୍ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ (ଭାରତ ଅଞ୍ଚଳ) ସମିଳନୀରେ ଯୋଗଦେଇଛନ୍ତି । ଲଖନୌର ବିଧାନଭବନରେ ଆୟୋଜିତ ଏହି ସମିଳନୀରେ ଲୋକସଭା ଓ ରାଜ୍ୟ ବିଧାନସଭାର ଉ ପଯୁକ୍ତ ପରିଚାଳନା ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଏହି ସମିଳନୀରେ ଦେଶର ସଞ୍ଚିଧାନ ଓ ବିଧାନସଭା ପରିଚାଳନା ନିୟମାବଳୀ ଅନୁଯାୟୀ ଗୃହ ପରିଚାଳନା ଠିକ୍ ଭାବେ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ସଂପର୍କରେ ମଧ୍ୟ ଆଲୋଚନା ହେବା ସହିତ ସଂଶୋଧିତ ନିୟମାବଳୀ ପ୍ରଣୟନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସାଂସଦ, ବିଧାୟକ ଓ ଗୃହର କର୍ମଚାରୀମାନଙ୍କୁ ଗୃହ ପରିଚାଳନାରେ ସହାୟତା ପ୍ରଦାନ, ଉତ୍ତମ ପ୍ରଶାସନ ସଂପର୍କିତ ମାନକ ଚିହ୍ନଟୀକରଣ ତଥା ରାଜ୍ୟଗୋଷ୍ଠୀର ମୂଲ୍ୟବୋଧକୁ କାର୍ଯ୍ୟାନ୍ୱୟନ କରିବା ଆଦି ଏହି ସମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଏହି ସମିଳନୀକୁ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମୁଖ୍ୟତ… ଏହି ସମିଳନୀରେ ବିଧାୟକମାନଙ୍କ ଭୂମିକା ସଂ ପର୍କରେ ଆଲୋଚନା ହୋଇଥିଲା ।
ପୂର୍ଣ୍ଣ ଅଧିବେଶନ ଅବସରରେ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ଅନ୍ୟତମ ସଦସ୍ୟ ଭାବେ ଯୋଗଦେଇ ବାଚସ୍ପତି ଡ. ପାତ୍ର ‘ବଜେଟ ପ୍ରସ୍ତାବ ସମୀକ୍ଷା ନିମିତ୍ତ ବିଧାୟକମାନଙ୍କ ସାମର୍ଥ୍ୟ ବୃଦ୍ଧି’ ଓ ‘ବିଧାୟୀ କାର୍ଯ୍ୟୟରେ ବିଧାୟକମାନଙ୍କ ଧ୍ୟାନ ପରିବର୍ଦ୍ଧନ’ ବିଷୟ ଉ ପରେ ନିଜର ବକ୍ତବ୍ୟ ରଖିଥିଲେ । ଏହି ସମିଳନୀରେ ସମସ୍ତ ରାଜ୍ୟର ବାଚସ୍ପତି, ଉପବାଚସ୍ପତି, ବିଧାନସଭାର ପ୍ରମୁଖ ସଚିବ/ସଚିବଙ୍କ ସମେତ ଅଷ୍ଟ୍ରେଲିଆ ଓ ଦକ୍ଷିଣ- ପୂର୍ବ ଏସିଆ ଅଞ୍ଚଳର ପ୍ରତିନିଧିମାନେ ଯୋଗଦେଇଛନ୍ତି । ଏହି ସମିଳନୀକୁ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ, ଉତ୍ତର ପ୍ରଦେଶ ଶାଖା ଦ୍ୱାରା ଆୟୋଜନ କରାଯାଉଛି । ୧୮ ତାରିଖରେ ବାଚସ୍ପତି ଡ. ପାତ୍ର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ । ଡ. ପାତ୍ରଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧିମଣ୍ଡଳରେ ଉ ପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ଓ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତ ପଥୀ ପ୍ରମୁଖ ସାମିଲ ଅଛନ୍ତି ।