No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୫ ନଭେମ୍ବର ରବିବାର) କୋରାଇ :- ଦୀପରେ ଆଲୋକିତ ଓ ବଡ ବଡୁଆ ହୋ….ଡାକରେ ପ୍ରକମ୍ପିତ ହେଲା ଗାଁ ବୃନ୍ଦାବତୀ ମୂଳରେ ମୁରୁଜ ଓ ଆଲୋକମାଳରେ ସଜ୍ଜିତ ହୋଇଛି ଆବାସ କରୋନା ଲାଗି ଫିକା ପଡିଲା କାଳି ପୂଜା ଶନିବାର ପବିତ୍ର ଦୀପାବଳି ଅବସରରେ କୋରାଇର ଅଂଳରେ ଦୀପାବଳି ପର୍ବ ପାଳିତ ହୋଇଥିଲା ବେଳେ କେତେକ ସ୍ଥାନରେ ଅନୁଷ୍ଠିତ ହୋଇଥିବା ମା’କାଳିଙ୍କର ପୂଜା ଆରମ୍ଭ ହୋଇଛି । ହେଲେ ବିଶ୍ୱମହାମାରୀ କରୋନା କଟକଣା ଲାଗି ମା’ କାଳିଙ୍କର ଅନୁଷ୍ଠିତ ପୂଜା ଉତ୍ସବ ଫିକା ପଡିଯାଇଛି ।

ହେଲେ ଗାଁର ପରମ୍ପରା ଓ ଲୋକବିଶ୍ୱାସ ଅନୁଯାୟୀ ଆଲୋକର ପର୍ବ ଦୀପାବଳି ଅବସରରେ ପୟାଶ୍ରଦ୍ଧ ଲାଗି ଗାଁ ଗହଳିରେ ପୂର୍ବପୁରୁଷଙ୍କ ନିମନ୍ତେ ପିଣ୍ଡଦାନ ଓ ରାତିରେ କାଉଁରିଆ କାଠି ଜାଳି ‘ବଡ ବଡୁଆ ହୋ..! ଅନ୍ଧାରରେ ଆସ ଆଲୁଅରେ ଯା’… ଆବାହନି କରୁଥିବା ଶବ୍ଦରେ ଗାଁ ହୋଇଛି ପ୍ରକମ୍ପିତ । କରୋନା କଟକଣା ଅନୁଯାଇ ବାଣଫୁଟା ପ୍ରଶାସନପକ୍ଷରୁ ନିଷେଧ କରାଯାଇଥିବାରୁ ଦୁଆରେ ଦୀପଜାଳି ଫୁଲଝରୀ ଜଳାଇ ଉତ୍ସବକୁ କେବଳ ବିଧିମତେ ପଳାନ କରାଯାଇଥିବା ଦେଖିବାକୁ ମିଳିଛି ।
ଅନ୍ୟପକ୍ଷରେ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଘରଗୁଡିକୁ ସୁସଜ୍ଜିତ କରାଯାଇଥିଲା ବେଳେ ବୃନ୍ଦାବତୀ ମୂଳରେ ନାନାରଙ୍ଗ ବେରଙ୍ଗର ମୁରୁଜ ପକାଯାଇଛି । ଏହି ଦୀପାବଳି ଅବସରରେ କୋରାଇର ବିଭିନ୍ନ ସ୍ଥାନରେ ପୂଜାପାଉଥିବା ମା’କାଳିଙ୍କର କରୋନା କଟକଣା ଅନୁଯାୟୀ ବିଧିମତେ ଘଟ ସ୍ଥାପନକରି ପୂଜାଆରମ୍ଭ କରାଯାଇଥିବା ବେଳେ ଆଉ କେତେକ ବାଣିଜ୍ୟ ପ୍ରତିଷ୍ଠାନରେ ମଧ୍ୟ ପୂଜାର୍ଚ୍ଚନା କରାଯାଇଛି । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )
No Result
View All Result