ଓଡିଶା ତାଜା ନ୍ୟୁଜ୍ (୯ନଭେମ୍ବର ,ସୋମବାର ) ଭୁବନେଶ୍ୱର :- ବିମୁଦ୍ରୀକରଣର ୪ର୍ଥ ବର୍ଷ ପୂର୍ତ୍ତିକୁ ମନେ ପକାଇ ଓଡ଼ିଶା ପ୍ରଦେଶ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ବିଜେପି ଦଳର ସ୍ୱାର୍ଥ ପାଇଁ ଉତ୍ତର ପ୍ରଦେଶ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବର୍ଷରେ ବିମୁଦ୍ରୀକରଣ କରି ଭାରତବର୍ଷର ଅର୍ଥନୀତିକୁ ଧ୍ୱଂସ କରିଦେଇଛନ୍ତି । ଭାରତବର୍ଷ ଯେତେ ଚେଷ୍ଟା କଲେ ମଧ୍ୟ ଅର୍ଥନୀତିକୁ ଠିକଣା ରାସ୍ତାରେ ପକାଇ ପାରୁନାହିଁ ।
ଏଭଳି ଏକ ଅକ୍ଷମଣୀୟ ଭୁଲ୍ କରି ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଅନୁତପ୍ତ ନହେବା ଅତ୍ୟନ୍ତ ଲଜ୍ଜାର ବିଷୟ । ସେ ନିଜ ଦେଶବାସୀଙ୍କୁ ଯେଉଁ ଉଦ୍ଦେଶ୍ୟରେ ବିମୁଦ୍ରୀକରଣ କରୁଛନ୍ତି ବୋଲି ବାର୍ତ୍ତା ଦେଇଥିଲେ ତାହା ସମ୍ପୂର୍ଣ୍ଣ ଭୁଲ୍ ପ୍ରମାଣିତ ହେଲା କିନ୍ତୁ ଏକ ଦଳୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୧୪୦ କୋଟି ଜନସାଧାରଣଙ୍କ ଜୀବନ ଜୀବିକାକୁ ପ୍ରଧାନମନ୍ତ୍ରୀ ଯେଭଳି ବାଜି ଲଗାଇଦେଲେ, ଏହା ଭାରତ ଇତିହାସରେ କେବେ ହୋଇନଥିଲା । ଭାରତ ଇତିହାସରେ ଏହା ଏକ କଳଙ୍କମୟ ଅଧ୍ୟାୟ ହୋଇ ରହିବ ବୋଲି ଡଃ ଜ୍ଞାନେନ୍ଦ୍ର କହିଛନ୍ତି ।













