ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ରବିବାର ) ବ୍ରହ୍ମପୁର :- ନିଜ ଅସୁସ୍ଥ ମାଁ ଙ୍କୁ ଦିଗପହଣ୍ଡିସ୍ଥ ସମ୍ପର୍କୀୟଙ୍କ ଘରୁ ବାଇକରେ ବସାଇ ନିଜ ଗ୍ରାମ ଭୀଷ୍ମଗିରୀ ଫେରୁଥିବା ସମୟରେ ଗ୍ରାମ ନିକଟରେ ଏକ ଆକସ୍ମିକ ବାଇକ୍ ମୁହାମୁହିଁ ଦୁର୍ଘଟଣାରେ ଗ୍ରାମ ଯୁବକ ସଂଘର ଜନୈକ ଶୁଭମ୍ ପଣ୍ଡାଙ୍କ ଅକାଳ ବିୟୋଗ ଘଟିଥିଲା ।ଏହା ସହିତ ମାଁ ମଧ୍ୟ ଗୁରୁତର ହୋଇ ଚିକିତ୍ସାଧୀନ ଥିଲେ । ସ୍ବର୍ଗତ ଶୁଭମ୍ ପଣ୍ଡାଙ୍କ ସୋକସନ୍ତପ୍ତ ପରିବାରକୁ ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ର ସମବେଦନା ଜ୍ଞାପନ କରିବା ସହିତ ଅଞ୍ଚଳ ଯୁବନେତା ଶ୍ରୀ ରାମକୃଷ୍ଣ ପାଢ଼ୀ ( ଚଗଲା ଭାଇ )ଙ୍କ ତତ୍ତ୍ଵାବଧାନରେ ଦଳୀୟ ଯୁବ ଗୋଷ୍ଠୀ ସହାୟତାରେ ଶୁଭମ୍ ପଣ୍ଡାଙ୍କ ପରିବାରକୁ ସମବେଦନା ସହ କିଛି ସାମଗ୍ରିକ ଓ ଆର୍ଥିକ ସହାୟତା କରିଥିବା ଜଣାଯାଇଛି ।
ଏହି ଅବସରରେ ଆଜି ଚଗଲା ଭାଇଙ୍କ ସହ ଦିଗପହଣ୍ଡି ବ୍ଲକ୍ ଉପାଧ୍ୟକ୍ଷ ପ୍ରତିନିଧି ଯୁବନେତା ଶ୍ରୀ ନିରଞ୍ଜନ ରେଡ୍ଡୀ ଆଜି ଭୀଷ୍ମଗିରୀ ପହଞ୍ଚି ସ୍ବର୍ଗତ ପଣ୍ଡାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ କିଛି ଆର୍ଥିକ ଓ ସାମଗ୍ରିକ ସହାୟତାର ସାନ୍ତ୍ଵନା ପ୍ରଦାନ କରିଛନ୍ତି । ଏହା ସହିତ ଚିକିତ୍ସାଧୀନ ମାଁ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରିଛନ୍ତି । ସ୍ବର୍ଗତ ପଣ୍ଡାଙ୍କ ଏହି ଦୁର୍ବଳ କାର୍ଯ୍ୟ ପରିପ୍ରେକ୍ଷୀରେ ଚଗଲା ଭାଇଙ୍କ ପରିଚାଳିତ ବଡ଼ ଡୁମ୍ବୁଳାର ଶ୍ରୀ ରଘୁନାଥ ଯୁବକ ସଂଘ ସଭାପତି ଶ୍ରୀ ମାଗି ଗୌଡ଼ଙ୍କ ସହିତ ୫୦ ଜଣ ସଂଘ ସଦସ୍ୟ ମୃତ ପରିବାରକୁ ଭେଟି ସହାନୁଭୂତି ପ୍ରଦାନ କରିବା ସହ ଯଥାଶକ୍ତି ଆର୍ଥିକ ସହାୟତା କରିଛନ୍ତି । ଦିଗପହଣ୍ଡି ଅଂଚଳରେ ବାଚସ୍ପତିଙ୍କ ଅନୁପ୍ରାଣିତ ହୋଇ ଚଗଲା ଭାଇଙ୍କ ଏତାଦୃଶ ମାନବିକତା ଓ ଭାଇଚାରାର କାର୍ଯ୍ୟାବଳୀକୁ ନେଇ ଭିଷ୍ମଗିରି ଯୁବକ ସଂଘ ସହ ଅଞ୍ଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ରିପୋର୍ଟ: ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ