ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ରବିବାର ) ବ୍ରହ୍ମପୁର :- ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବ୍ରହ୍ମପୁରର ଟିମ କ୍ଲିନ ସିଟି ସାମାଜିକ ସେବା କ୍ଷେତ୍ରରେ ସୃଷ୍ଟି କରିପାରିଛି ନିଆରା ପରିଚୟ । ବ୍ରହ୍ମପୁର ସହର ସମେତ ପଡୋଶୀ ଜିଲ୍ଲାରେ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି । ଆଜିକୁ ଏକ ବର୍ଷରୁ ଉର୍ଦ୍ଧ ହେବ ଏହି ସଙ୍ଗଠନ ପ୍ରଥମେ ସରକାରୀ ଓ ବେସରକାରୀ କାନ୍ଥ ମାନଙ୍କରେ ଲଗା ଯାଇଥିବା ପୋଷ୍ଟର ଗୁଡିକୁ ସଫାକରି ବ୍ରହ୍ମପୁର ସହରରେ ନିଜର ପରିଚୟ ସୃଷ୍ଟି କରି ବିଏମସି ସମେତ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରିଥିଲା । ଟିମର ଉଦ୍ୟମ ଫଳରେ ପୋଷ୍ଟର ମୁକ୍ତ ବ୍ରହ୍ମପୁର ସୃଷ୍ଟି ହୋଇପାରିଛି । ଏବେ ପ୍ରଶାସନ ତରଫରୁ ସହରରେ କାନ୍ଥ ମାନଙ୍କରେ ବିଭିନ୍ନ ରଙ୍ଗବେରଙ୍ଗର ଚିତ୍ର ଅଙ୍କନ କରି ସହରକୁ ସୁନ୍ଦର କରିପାରିଛନ୍ତି । ପରେ ନିରାଶ୍ରୟ ଓ ପାଗଳ ଲୋକଙ୍କୁ ଉଦ୍ଧାର କରି ସେବା ଯୋଗାଇ ସେମାନଙ୍କ ଥଇଥାନ କ୍ଷେତ୍ରରେ ସହଯୋଗର ହାତ ବଢାଇଥିଲା ଟିମ କ୍ଲିନ ସିଟି । ରାସ୍ତାକଡରୁ ମାନସିକ ବିକୃତ, ନିରାଶ୍ରୟ ଓ କୁଷ୍ଠ ରୋଗୀଙ୍କୁ ବି ସେବା ପ୍ରଦାନ କରିଥିଲେ । କେବଳ ଵ୍ରହ୍ମପୁର ନୁହେଁ ପଡୋଶୀ ଜିଲ୍ଲା ଗଜପତି, ଫୁଲବାଣୀ, ରାୟଗଡାରେ ନିରାଶ୍ରୟ ମାନସିକ ବିକୃତି ଲୋକଙ୍କୁ ଥଇଥାନ କରିବା ସହ ଆଶ୍ରୟ ଦେବାର ବନ୍ଦୋବସ୍ତ କରି ସାରା ରାଜ୍ୟରେ ଚହଳ ସୃଷ୍ଟି କରିପାରିଛି । ତେବେ କରୋନା ଭୁତାଣୁର ଆବିର୍ଭାବ ହେବାରୁ ପ୍ରଶାସନର ଅନୁରୋଧକୁ ରକ୍ଷା କରି ସେହି କାର୍ଯ୍ୟକୁ ସାମୟିକ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ । ବ୍ରହ୍ମପୁରରେ ବହୁ ପ୍ରତିମୂର୍ତ୍ତି ରକ୍ଷଣାବେକ୍ଷଣ ହେଉନଥିବାର ଦୃଷ୍ଟି ଗୋଚର ହେବାରୁ ପୁଣି ଟିମର ସଦସ୍ୟମାନେ ପ୍ରତିମୂର୍ତ୍ତି ରକ୍ଷଣାବେକ୍ଷଣ କରିବାକୁ ଆଗେଇ ଆସିଲେ । ବ୍ରହ୍ମପୁରରେ ଥିବା ଅବହେଳିତ ପ୍ରତିମୂର୍ତ୍ତିକୁ ସଫାସୁତୁରା କରିବା ଆରମ୍ଭ କରିଦେଇଥିଲେ ।
ପିଭିଏନ ପେଟ୍ରୋଲ ଛକରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଗାନ୍ଧିନଗରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଏବଂ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସହ ବହୁ ସ୍ଥାନରେ ଅବହେଳିତ ଅବସ୍ଥାରେ ପଡିଥିବା ପ୍ରତିମୂର୍ତ୍ତି ଗୁଡିକ ସଫା କରିବାସହ ପ୍ରଶାସନର ଦୃଷ୍ଟିଗୋଚରକୁ ଆଣିଥିଲେ । ସେହିଭଳି ଲାଞ୍ଜିପୋଲି ଆମ୍ବେଦକର ନଗର ନିକଟରେ ଅବହେଳିତ ଅବସ୍ଥାରେ ଥିବା ଭାରତର ସମ୍ବିଧାନ ପ୍ରଣେତା ଡ଼ଃ ଭିମା ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଓ ପରିସରରେ ଥିବା କୁତ୍ରିମ ଜଙ୍ଗଲକୁ ସଫା କରିବାସହ ପ୍ରତିମୂର୍ତ୍ତିକୁ ସଫା କରାଯାଇଥିଲା । ପରେ ଟିମର ସଦସ୍ୟଙ୍କ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରର୍ମରେ ଟିମର ବରିଷ୍ଠ ସଦସ୍ୟ ଜଗନ ମୋହନ ମହାପାତ୍ର, ଶକ୍ତିଧର ରାଜଗୁରୁ, ରଶ୍ମିରେଖା ମିଶ୍ର, ରାଜେଶ କୁମାର ସାହୁ, ନଗେଶ୍ୱର ପୃଷ୍ଟି, ରାମ ଚନ୍ଦ୍ର ପଣ୍ଡା, ସୂର୍ଯ୍ୟ ନାରାୟଣ ଚୌଧୁରୀ, ଅସିତ ପଣ୍ଡା, ଦିନେଶ ପଟ୍ଟନାୟକ, ସନ୍ତୋସିନୀ ବେହେରା, ପଦ୍ମିନୀ ମିଶ୍ର, ଟୁକୁ ଦଳେଇ, ତାପସ ସାହୁ, ଦେବୀ ପ୍ରସାଦ ଶତପଥୀ, ଅଭୟ ରଥ, ସନ୍ତୋଷ ପାତ୍ର, ଇସାନି ମିଶ୍ର, ଦିଲୀପ ମହାପାତ୍ର, ଶ୍ରୁତି ବେହେରା, ପିଣ୍ଟୁ ବେହେରା, ଆଦିତ୍ୟ ସାହୁ ଓ ବାବୁଲା ମହାପାତ୍ରଙ୍କ ସହ ଲଭଲି ଗ୍ରୁପର ବହୁ ସଦସ୍ୟ ଯୋଗ ଦେଇ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଓ କଲ୍ୟାଣ ମଣ୍ଡପ ପରିସରକୁ ସଫା କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସି ଟିମ ସଦସ୍ୟଙ୍କୁ ଉତ୍ସାହିତ କରିବା ସହ ସହଯୋଗର ହାତ ବଢ଼ାଇଥିଲେ ।