ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ରବିବାର) କଟକ :- କଟକରେ ବେଆଇନ କଫ ସିରପ କାରବାରକୁ ରବିବାର ଦିନ ଜବତ କରିଛି ମର୍କତନଗର ଥାନା ପୋଲିସ୍ । ଜବତ କଫ୍ ସିରଫ୍ ର ମୂଲ୍ୟ ୪ ଲକ୍ଷ ୧୫ ହଜାର ଟଙ୍କା ହେବ । ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଏମାନଙ୍କ ସହ ଆଉ ଅନ୍ୟ କାହାର ଲିଙ୍କ ରହିଛି କି ନାହିଁ ସେ ନେଇ ତଦନ୍ତ ଜାରି ରହିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ପୋଲିସ ।

ତେବେ କଫ ସିରପ ରେ ମିଶୁଥିଲା ଏନ ୧୦ ନିଶା ଟାଵଲେଟ୍ , ତାପରେ ୧୦୦ ଏମ୍. ଏଲ ର ଏହି କଫ୍ ସିରପ ବୋତଲ ବିକ୍ରି ହେଉଥିଲା ୧୧୦ ଟଙ୍କାରେ । ପ୍ରକୃତ କଥା ହେଲା ମଦ ଭଳି ଏହାକୁ ସେବନ କଲେ କୌଣସି ବାସ୍ନା ହୁଏ ନାହିଁ ହେଲେ ନିଶା କିନ୍ତୁ ଜୋରରେ ହୁଏ । ଖୁବ କମ ଦାମ ରେ ଏସବୁ ମାର୍କେଟ ର ସୁବିଧାରେ ମିଳୁଥିବାରୁ ସାଧାରଣତଃ କଲେଜ ପଢୁଆ ପିଲା ଏହାର ମୁଖ୍ୟ ଗ୍ରାହକ । ତେଣୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଲକ୍ଷାଧିକ ଟଙ୍କାର କଫ ସିରପ୍ ଜବତ ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ୍ ଚାଲାଣ କରିଛି ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । (କଟକ ରୁ ଅମୂଲ୍ୟ କୁମାର ବାରିକ ଙ୍କ ରିପୋର୍ଟ )