ଓଡ଼ିଶା ତାଜା ନ୍ୟୁଜ (୩୧ ଅକ୍ଟୋବର ଶନିବାର ) ବରଗଡ଼ :- ବ୍ୟୟ ରୋକି ମିତବ୍ୟୟୀ ହେବା,ଆସରେ ମିତ, ଏଥିରେ ଅଛି ଆମ ଭବିଷ୍ୟତ ଓ ଦେଶର ହିତ । ଅତି ଲୋଭ ଅଟେ ଦୁଃଖ ର କାରଣ, ଜ୍ଞାନୀ ଲୋକେ ଏଣୁ କରନ୍ତି ବାରଣ , ଲୋଭରେ ପଡ଼ି ନ କର ବିପଦ ବରଣ । ଏପରି ଅନେକ ସ୍ଲୋଗାନ ନେଇ ସଂଚୟ ରଥ ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିବ । ଏଥିପାଇଁ ଜୀବନ ରେ ସଂଚୟ ର ଗୋଟିଏ ଗୁଣ ସୃଷ୍ଟି କରନ୍ତୁ । ଡାକଘରେ କିମ୍ବା କୈାଣସି ବାଣିଜ୍ୟିକ ବ୍ୟାଙ୍କ ରେ ଏହାର ଅଭ୍ୟାସ କରନ୍ତୁ, ଯାହାକି ଆପଣଙ୍କ ଭବିଷ୍ୟତ ଗଢ଼ିବା ପାଇଁ ସହାୟତା ହେବ ।
ବିଶ୍ଵ ମିତ ବ୍ୟୟତା ଦିବସ ଅବସରରେ ଜିଲ୍ଲା ସ୍ଵଳ୍ପ ସଂଚୟ ଅଫିସ୍ ତରଫରୁ ଆୟୋଜିତ ସଂଚୟ ରଥକୁ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ଵଳ୍ପ ସଂଚୟ ଅଧିକାରୀ ନୀଳାଚଳ ସେଠୀ ସଂଯୋଜନା କରିଥିଲେ । ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)