ଓଡ଼ିଶା ତାଜା ନ୍ୟୁଜ (୩୧ ଅକ୍ଟୋବର ଶନିବାର ) ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଅନ୍ତର୍ଗତ ପାଇକମାଲ ବ୍ଲକର କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଏକ ୱାର୍ଡ ବିଶିଷ୍ଟ ହରଡାଟାଲ ଗ୍ରାମରେ ମୃତ୍ୟୁର ଆତଙ୍କ ସୃଷ୍ଟି ହୋଇଛି । ଜ୍ବର ଓ ଅଜଣା ରୋଗରେ ୧ ମାସ ଭିତରେ ଗ୍ରାମର ଲୋଚନ ଏଣ୍ତଜା ୭୦ ବର୍ଷ,ସୀମା ଏଣ୍ତଜା ୮ବର୍ଷ,ରାଜ କୁମାରୀ ତାଣ୍ତି ୫୦ବର୍ଷଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ କୋଡିଏରୁ ଅଧିକ ଲୋକ ଜୂରରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଗାଁରେ ଚିକିତ୍ସାତ ହେଉଛନ୍ତି । ଏଥି ପାଇଁ କୌଣସି ସ୍ବତନ୍ତ୍ର ଡାକ୍ଟରୀ ଦଳ ଆଜି ପର୍ଯ୍ୟନ୍ତ ହରଡାଟାଲ ଗାଁକୁ ଯାଇ ନଥିବା ବେଲେ କେବଳ ଜଣେ ଦୁଇ ଜଣ ଏ ଏନ୍ ଏମ୍ ଗାଁକୁ ଯାଇ ଲୋକଙ୍କୁ ଔଷଧ ପତ୍ର ଦେଉଥିବାର ଅଭିଯୋଗ
କରିଛନ୍ତି ଗ୍ରାମବାସୀ । ମୃତ୍ୟୁ ବରଣ କରିଥିବା ସ୍ବର୍ଗତ ରାଜ କୁମାରୀ ତାଣ୍ତିଙ୍କ ପୁଅ ଶ୍ରୀ ମିନ କେତନ ତାଣ୍ତି ଓ ଶ୍ରୀ ପାନାଲାଲ ନାୟକ କରିଛନ୍ତି ଯେ ତୁରନ୍ତ ସରକାର ଏହାର ନିରାକରଣ ନ କଲେ ଗ୍ରାମର ଆଉ ଅଧିକ ଜୀବନ ଯିବାର ସମ୍ଭାବନା ଦେଖା ଦେଇଛି । ହରଡାଟାଲ ଗ୍ରାମବାସୀ ମାନଙ୍କ ଠାରୁ ଏଭଲି ଗୁରୁତ୍ୱ ର ଅଭିଯୋଗ ପାଇବା ପରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଗ୍ରାମର ଏଭଲି ଗୁରୁତ୍ୱ ର ଅବସ୍ଥାକୁ ବରଗଡ଼ ଜିଲ୍ଲାପାଳ ଓ

ସିଡିଏମଓ ଙ୍କୁ ଟେଲି ଫୋନ ଯୋଗେ ସୂଚନା ଦେବା ସହ ତୁରନ୍ତ ଏକ ଡାକ୍ଟରୀ ଦଳ ହରଡାଟାଲ ଗ୍ରାମକୁ ପଠାଇ ପାଇଁ ଅନୁରୋଧ କରିଛନ୍ତି । ଏବେ ମଧ୍ୟ ଗ୍ରାମର ୨୦ରୁ ଉର୍ଦ୍ଧ୍ବ ଲୋକ ଶ୍ରୀ ଶୁକାନ୍ତ ଲାଲ ବରିହା, ଯଶୋବନ୍ତ ପୋଡ, ଅବିନାଶ ମାଝୀ, ବବିତା ଅମରୀ, ମହେନ୍ଦ୍ର ନାୟକ , ଦିନେଶ କମରିଆ, ଜୟଲାଲ ଏଣ୍ତଜା, ଯମୁନା ନାଏକ, ପାନାଲାଲ ନାୟକ , ଲେକୃ ନାୟକ , ପ୍ରଶାନ୍ତ ନାୟକ , ପପୁନ୍ଦର ବାଗ , ଗୋବିନ୍ଦ ବାଗ , ଗୋପାଳ ବାଗ, ମେନେଜର ତାଣ୍ତି ଆଦି ଗୁରୁତ୍ୱ ର ଅବସ୍ଥାରେ ଗାଁରେ ଅଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)














