ଓଡ଼ିଶା ତାଜା ନ୍ୟୁଜ (୩୧ ଅକ୍ଟୋବର ଶନିବାର ) ଜଟଣୀ :- ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ପାଳନ ଉପଲକ୍ଷେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ସୁରକ୍ଷା ବଳର କର୍ମଚାରୀ ଏବଂ ଅଧିକାରୀମାନେ ଜାତୀୟ ଏକତା ଦିବସ ପାଳନ କରିଥିଲେ । ଏହି ଅବସରରେ ସାମ୍ପ୍ରଦାୟିକ ସୈ।ହାର୍ଦ୍ଦ୍ୟ ଏବଂ ଜାତୀୟ ଏକତାରେ ବୃଦ୍ଧି ତଥା ଦୃଢତା ଆଣିବା ଉଦ୍ଦେଶ୍ୟରେ ରେଳ ସୁରକ୍ଷା ବଳ ( ଆରପିଏଫ) ଏବଂ ସରକାରୀ ରେଳ ପୋଲିସ (GRP) ବିଭାଗୀୟ ସୁରକ୍ଷା କମିଶନରଙ୍କ କାର୍ଯ୍ୟାଳୟରୁ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ପର୍ଯ୍ୟନ୍ତ ମାର୍ଚ୍ଚପାଷ୍ଟ କରିଥିଲେ ।
ଜାତିର ଏକତା, ଅଖଣ୍ଡତା ଏବଂ ନିରାପତ୍ତାକୁ ବଜାୟ ରଖିବା ପାଇଁ ଏକତା ଦିବସ ପ୍ରତିଶ୍ରୁତି ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ସ୍ମାରକୀ ଜାତୀୟ ପତାକା ନିକଟରେ ଆରପିଏଫ ଏବଂ ଜି ଆର ପି କର୍ମଚାରୀଙ୍କୁ ଶ୍ରୀ ଏମ.ସାମ୍ବାସିଭା ରାଓ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ସୁରକ୍ଷା କମିଶନର ଏକତା ଦିବସ ଶପଥର ପରିଚାଳନା କରିଥିଲେ । ଏହି ଅବସରରେ ଶ୍ରୀ ଏ.ଜି.ଫାରୁଖ ସହକାରୀ ସୁରକ୍ଷା କମିଶନର, କଟକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ( ରିପୋର୍ଟ – ଇଫତେଖାର ଅଲ୍ଲୀ )