ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ଶୁକ୍ରବାର) କଳାହାଣ୍ଡି :- ଭବାନୀପାଟଣା ମା ମାଣିକେଶ୍ଵରୀ ମନ୍ଦିର ପରିସରରେ ମହୁରି ପତ୍ରିକାର ଲୋକାର୍ପଣ ଉତ୍ସବ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାରୁ ପ୍ରକାଶ ପାଉଥିବା ଏହି ପତ୍ରିକାଟି ଶାରଦୀୟ ସଂଖ୍ୟା ରୂପେ କୋଭିଡ ନିୟମକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବରେ ମା ମାଣିକେଶ୍ଵରୀ ପାଖରେ ପୂଜାର୍ଚ୍ଚନା ପରେ ପତ୍ରିକାଟି ପ୍ରକାଶିତ ହୋଇଛି । ମହୁରି ପତ୍ରିକାର ମୁଖ୍ୟ ସଂପାଦକ ଭବାନୀଶଙ୍କର ନିଆଲ, ସମ୍ପାଦକ ସୁକାନ୍ତ ସାହୁ, କାର୍ଯ୍ୟକାରୀ ସମ୍ପାଦିକା ଜ୍ୟୋତ୍ସ୍ନାମୟୀ ନିଆଲ ,ସହ ସମ୍ପାଦକ ସୁଧୀର କୁମାର ଧଙ୍ଗଡା ମାଝୀ ,କବି ବିରଞ୍ଚିନାରାୟଣ ମୁଣ୍ଡ, ସାମ୍ବାଦିକ ସୁଶୀଲ କୁମାର ବାଗ, ଡିଲେଶ୍ଵର ରଣା, ଚକ୍ର ସେଠୀ, ପ୍ରଦୀପ ଦାସ, ଅବର୍ତ୍ତୀ ନିଆଲ, ସୀତାରାମ ନାୟକ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଏହି ପତ୍ରିକାଟି ୨୦୦୮ ମସିହାରୁ ନିରନ୍ତର ଭାବେ ଭବାନୀପାଟଣାରୁ ପ୍ରକାଶିତ ହେଉଛି । ( ରିପୋର୍ଟ ପ୍ରଦୀପ କୁମାର ଗଉଡ)