ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ଶୁକ୍ରବାର) କଟକ :- ଚଳିତବର୍ଷ ହେବନି କଟକର ଐତିହାସିକ ବାଲିଯାତ୍ରା । କୋଭିଡ଼ ସଂକ୍ରମଣକୁ ଦେଖି ଏଥର ବାଲିଯାତ୍ରା ପାଇଁ ଅନୁମତି ଦେଇ ହେବ ନାହିଁ । ଏଭଳି ଏକ ବିରାଟ ଆୟୋଜନ କଷ୍ଟକର । କାର୍ତିକ ପୁର୍ଣ୍ଣିମାରେ ସାମୂହିକ ବୋଇତ ବନ୍ଦାଣ ବାରଣ ଅଛି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏବର୍ଷ ବାଲିଯାତ୍ରା ଏବଂ ଧବଳେଶ୍ବରଙ୍କ ବଡ଼ ଓଷା ବନ୍ଦ ପାଇଁ ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ । କୌଣସି ପରିସ୍ଥିତିରେ ଏହି ମହୋତ୍ସବ ସମ୍ଭବ ନୁହେଁ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି । ବିଶେଷ କରି ନଭେମ୍ବର ମାସରେ ବାଲିଯାତ୍ରା ହେଉଥିଲା ବେଳେ ଏ ସମୟରେ କୋଭିଡ୍ ସଂକ୍ରମଣ ସ୍ଥିର ରହିଛି ।
ଆଗକୁ ଶୀତ ଅଧିକ ଅନୁଭୁତି ହେବାକୁ ଯାଉଥିବା ବେଳେ ବାଲିଯାତ୍ରା କରିବା ସମ୍ଭବପର ନୁହେଁ ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି କାର୍ତ୍ତିକ ପୁର୍ଣ୍ଣିମା ରେ ବୋଇତ ବନ୍ଦାଣ ଉତ୍ସବ କୁ ମଧ୍ୟ ଚଳିତ ବର୍ଷ ବାତିଲ୍ କରାଯାଇଛି । ବ୍ୟକ୍ତିଗତ ସ୍ତରରେ ବୋଇତ ବା ଡ଼ଙ୍ଗା ବିଭିନ୍ନ ଜଳାଶୟ ରେ ଭସାଇପାରିବେ । ଅପରପଟେ କାର୍ତ୍ତିକ ମାସର ବଡ଼ଓଷା ପର୍ବ ପଡିଥାଏ ।
କଟକ ର ଶ୍ରୀ ଶ୍ରୀ ଧବଳେଶ୍ବର ଙ୍କ ପ୍ରସିଦ୍ଧ ବଡ଼ଓଷା ରେ ମଧ୍ୟ ପ୍ରବଳ ଜନସମାଗମ ହୋଇଥାଏ । ଯଦି ଏହି ପର୍ବ ସେଠାରେ ହୁଏ ତେବେ ସଂକ୍ରମଣକୁ ରୋକିବା ମୁସ୍କିଲ୍ ହୋଇପଡିବ । ତେଣୁ ଏ ବର୍ଷ ମଧ୍ୟ ଧବଳେଶ୍ବର ଙ୍କ ପୀଠରେ ବଡ଼ଓଷା ପର୍ବ ବନ୍ଦ ରଖାଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )