ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ଶୁକ୍ରବାର) ଓଡ଼ଗାଁ :- ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମ ର ସୁବୁଦ୍ଧି ସାହିର ତ୍ରୀନାଥ ଜୀଉ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇଛି ମା ଲକ୍ଷ୍ମୀ ଙ୍କ ପୂଜା । ଏହି ପୂଜା ୩୭ ବର୍ଷରେ ପଦାର୍ପଣ କରିଛି । ଚଳିତ ବର୍ଷ ର ପୂଜା ପର୍ବାଣୀ କୁ ଫିକା କରିଦେଇଛି ମହାମାରୀ କରୋନା । ପ୍ରଥମେ ଦୁର୍ଗା ପୂଜା ଆଉ ଏବେ ମାଆ ଗଜଲକ୍ଷ୍ମୀ ପୂଜା । ମନରେ ଉତ୍ସାହ ନାହିଁ । ଉଜାଡି ଦେଇଛି ପୂଜା ମଉଜ । କେବଳ ବିଧି ରକ୍ଷା ନିମନ୍ତେ ମଣ୍ଡପ ରେ ପୂଜାର୍ଚ୍ଚନା ହେଉଛି । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ପୂଜା ହେଉଛି କିନ୍ତୁ ଆଲୋକ ମାଳ ରେ ହିଁ ସୀମିତ ରହିଯାଇଛି ।
ଧନ , ଶାନ୍ତି ଓ ପ୍ରେମ ର ପ୍ରତୀକ ହେଉଛନ୍ତି ମା ଲକ୍ଷ୍ମୀ । ମା ଲକ୍ଷ୍ମୀ ଙ୍କ କୃପା ରହିଲେ ଧନ ଯଶ ବୈଭବ ଆଦି ମିଳିଥାଏ । ଧନ ସମ୍ପତ୍ତି ପାଇଁ ମା ଲକ୍ଷ୍ମୀଙ୍କୁ ସମସ୍ତେ କାମନା କରନ୍ତି । ଦେଖିବାକୁ ମିଳୁନାହିଁ ଭକ୍ତ ଙ୍କ ଭିଡ଼ । ବିନା ଭକ୍ତ ରେ ଚାଲିଛି ମାଆ ଗଜଲକ୍ଷ୍ମୀ ପୂଜା । ଚଳିତ ଥର କୈାଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ ନାହିଁ । ଆଜି ଠାରୁ ମାଆଙ୍କ ପୂଜା ଆରମ୍ଭ ହୋଇ ଆସନ୍ତା ୨ ତାରିଖ ମେଲାଣି ଦିଆଯିବ । ବିସର୍ଜନ ମଧ୍ୟ ଅତି ସୁରୁଖୁରୁରେ କରିବା ପାଇଁ ପୂଜା କମିଟି ନିଷ୍ପତ୍ତି ନେଇଛି । ( ରିପୋର୍ଟ :- ଓଡ଼ଗାଁ / କୁରାଳ ରୁ – ଅଶ୍ଵିନୀ କୁମାର ସାହୁ )