ଓଡ଼ିଶା ତାଜା ନ୍ୟୁଜ (୨୯ ଅକ୍ଟୋବର ଗୁରୁବାର ) ବରଗଡ଼ :– ବରଗଡ଼ ମୁଖ୍ୟ ଡାକଘର ର ଜେନେରେଟର ଅଚଳ ଯୋଗୁଁ ଆଜି ଲୋକେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଇଥିଲେ । ତେବେ ଅଫିସ କାଉଣ୍ଟର ଗୁଡିକ ରେ ଲିଙ୍କ ଫେଲ ବୋର୍ଡ ଲାଗିବା ଯୋଗୁଁ ଲୋକେ ବୈଷୟିକ ତୃଟି ଭାବିଥିଲେ । ତେବେ ଅସଲରେ ବହୁ ଦିନରୁ ଡାକଘରେ ଲାଗିଥିବା ଜେନେରେଟର ଟି ଅଚଳ ହୋଇପଡିଥିବା ଏପରି ଅବସ୍ଥା ସୃଷ୍ଟି ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଦେଶର ନାଗରିକ ମାନଙ୍କ ସୁବିଧା ନିମନ୍ତେ କେନ୍ଦ୍ର ସରକାର ପ୍ରତ୍ୟେହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କତ୍ତୃପକ୍ଷ ଙ୍କ ଅବହେଳା ଯୋଗୁଁ ଲୋକେ ହନ୍ତସନ୍ତ ହୋଇଥାନ୍ତି
। ଯାହାକି ଆଜି ଦେଖିବାକୁ ମିଳିଥିଲା ବରଗଡ଼ ମୁଖ୍ୟ ଡାକଘର ପରିସରରେ । ଆଜି ସକାଳୁ ଅଫିସ ଖୋଲିବା ପରେ କୈାଣସି କାରଣରୁ ବିଦ୍ୟୁତ ଚାଲିଯାଇଥିବା ବେଳେ ଡାକଘର କୁ ବିଭିନ୍ନ କର୍ଯ୍ୟ ରେ ଆସିଥିବା ଲୋକେ, ବିଶେଷ କରି ମହିଳା ଓ ଶିଶୁ ମାନେ ହେଉଥିବା ପରିଲକ୍ଷିତ ହୋଇଥିଲା । ଆଧାର କାର୍ଯ୍ୟ ପାଇଁ ଆସିଥିବା ଲମ୍ବା ଲାଇନ ରେ ଛିଡା ହୋଇ ଥିବା ଦେଖାଯାଇଥିଲା । ସମ୍ବଲପୁର ସ୍ଥିତ ମୁଖ୍ୟ ଡାକପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି କରିଛନ୍ତି । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)