ଓଡ଼ିଶା ତାଜା ନ୍ୟୁଜ (୨୯ ଅକ୍ଟୋବର ଗୁରୁବାର ) ଭୁବନେଶ୍ୱର :– ରାଜ ଭବନ ସନ୍ନିକଟ ପେଟ୍ରୋଲ ପମ୍ପ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ଦୁଇ ରେ ପହଁଚିଲା । ସେଦିନ ବିସ୍ପୋରଣ ପରେ ଜଣେ ଗୁରୁତର ଆହତଙ୍କ ଚିକିର୍ଚ୍ଛାଧୀନ ଅବସ୍ଥାରେ କଟକ ଏସ ସି ବି ମେଡିକାଲ ରେ ମୃତ୍ୟୁ ଘଟିଥିବା ବେଳେ,ପମ୍ପ ର ସୀମାଞ୍ଚଳ ପରିଡା ନାମକ ଜୈନକ କର୍ମଚାରୀ ନିଖୋଜ ଥିଲେ ।
ପରେ ବିସ୍ପୋରଣ ସ୍ଥାନରେ ପଡିଥିବା ମଣିଷ ଶରୀରର ଭିଭିନ୍ନ ଅଂଶ କୁ ସଂଗ୍ରହ କରାଯାଇ DNA ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ କୁ ପଠା ଯାଇଥିଲା । ଆଜି ତାହାର ରିପୋର୍ଟ ରୁ ସୀମାଞ୍ଚଳ ପରିଡା ମୃତ ବୋଲି ପୋଲିସ କମିଶନର ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି । ଏହି ରିପୋର୍ଟ ସମ୍ପର୍କରେ ମଧ୍ୟ ତାଙ୍କ ପରିବାର ଓ ସମ୍ପୃକ୍ତ କମ୍ପାନୀ କୁ ଜଣାଇ ଦିଆଯାଇଛି ବୋଲି କମିଶନର କହିଛନ୍ତି । (ଚିଫ ଏଡିଟର, ସ୍ବରୂପ ଦାସ)