ଓଡ଼ିଶା ତାଜା ନ୍ୟୁଜ (୨୯ ଅକ୍ଟୋବର ଗୁରୁବାର ) ଚାନ୍ଦପୁର :– ୨୦୦୮ ଫେବୃଆରୀ ୧୫ ରେ ଶହୀଦ ହୋଇଥିଵା ଶ୍ରୀ ପ୍ରଫୁଲ୍ଲ ପ୍ରଧାନ ମାଓବାଦୀଙ୍କ ସହ ଯୁଦ୍ଧ କରି ମୃତ୍ୟୁ ବରଣ କରିଥିଲେ । ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଚାନ୍ଦପୁର ଥାନା ଆଇଆଇସି ଙ୍କ ସମେତ ଥାନା ଅଧିକାରୀ ମାନେ । ଆଜି ନୁଆପଡା ଗାଁର ଶହୀଦ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ଘରକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏବଂ ଶହୀଦ ଙ୍କ ପିତାମାତାଙ୍କୁ ଭେଟି ନୟାଗଡ଼ ଏସ.ପି ଙ୍କ ତରଫ ରୁ ଦିଆଯାଇଥିବା ଏକ ପୋଲିସର ଟୋକେନ୍ ତଥା ସ୍ମୃତି ପ୍ରଦାନ କରିଛନ୍ତି |
ଏବଂ ଶୋକସନ୍ତପ୍ତ ପରିବାର କୁ ସମ୍ମାନ ଜଣାଇ ଥିଲେ ଏହା ପୋଲିସ ପ୍ରଶାସନ ପକ୍ଷରୁ ଶହୀଦ ପରିବାର ର ଦୁଃଖ ସୁଖରେ ସର୍ବଦା ଛିଡା ହେବା ପାଇଁ ଏକତା ପ୍ରକାଶ କରିଛନ୍ତି ପୋଲିସ ଅଧିକାରୀ । ପୋଲିସ ପ୍ରଶାସନ ପକ୍ଷରୁ ପରିବାର କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ମିଳିବ ବୋଲି ପ୍ରକାଶ କରିଛନ୍ତି ଥାନା ଅଧିକାରୀ ।