ଓଡ଼ିଶା ତାଜା ନ୍ୟୁଜ (୨୯ ଅକ୍ଟୋବର ଗୁରୁବାର ) ନୟାଗଡ଼ :- ଆଙ୍କୁଲାଇ ୟୁଥ କ୍ଲବ ମାନଧତପୁର ରେ ଭିଜିଲାନ୍ସ ସଚେତନତା ସପ୍ତାହ ଅକ୍ଟୋବର ୨୭ ରୁ ଆରମ୍ଭ ହୋଇ ଏହା ନଭେମ୍ବର ୨ପର୍ୟ୍ଯନ୍ତ ଚାଲିବ । ଏହି ଅବସରରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କ୍ଲବ ପରିସରର ପ୍ରମୁଖ ସ୍ଥାନରେ ଭିଜିଲାନ୍ସ ସଚେତନତା ସପ୍ତାହ -2020 ର ବ୍ୟାନର ଏବଂ ପୋଷ୍ଟର ପ୍ରଦର୍ଶିତ ହୋଇଛି । ମଙ୍ଗଳବାର ଦିନ ସମସ୍ତ ସଦଶ୍ୟ ଅଖଣ୍ଡତା ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ଅବଶର ରେ ସଭାପତି ଶଶି ଭୂଷଣ ମିଶ୍ର କହିଛନ୍ତି ଯେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ଭିଜିଲାନ୍ସ ସଚେତନତା ସପ୍ତାହର ବିଷୟବସ୍ତୁ ହେଉଛି ‘ସତର୍କ ଭାରତ, ସମୃଦ୍ଧ ଭାରତ’ । ଦୁର୍ନୀତି ବିରୋଧରେ କର୍ମଚାରୀ ତଥା ଅନ୍ୟ ହିତାଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅଖଣ୍ଡତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକଳାପଗୁଡିକ କରାଯାଉଛି ବୋଲି କହିଥିଲେ । ( ରିପୋର୍ଟ -ରାମକୃଷ୍ଣ ରଥ )