ଓଡ଼ିଶା ତାଜା ନ୍ୟୁଜ (୨୯ ଅକ୍ଟୋବର ଗୁରୁବାର ) କୋଦଳା :- ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା) ଅଧ୍ୟକ୍ଷଙ୍କ ନିର୍ଦେଶ କ୍ରମେ କୋଦଳା ଏନଏସିର ଯନ୍ତ୍ରୀ ଜିତେନ୍ଦ୍ର କୁମାର ବେହେରାଙ୍କୁ ଗଞ୍ଜାମ ଏନଏସିକୁ ବଦଳି ହୋଇଛି । ଡୁଡା ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ଏ ନେଇ ୨୧.୧୦.୨୦ (ବୁଧବାର) ବିଜ୍ଞପ୍ତି (ଚିଠି ନଂ- ୧୬୯୧) ପ୍ରକାଶ ପାଇଛି । କିନ୍ତୁ ଏ ଯାଏଁ ଶ୍ରୀ ବେହେରା କୋଦଳା ଏନଏସି ଛାଡ଼ିନଥିବା ବେଳେ ନିଜର କାର୍ଯ୍ୟଭାର ନୂତନ ଯନ୍ତ୍ରୀଙ୍କୁ ହସ୍ତାନ୍ତର କରିନଥିବା ଅଭିଯୋଗ ହେଇଛି । ଏନଏସିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଶ୍ରୀ ବେହେରା ଓ ଠିକାଦାର ମାନଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ବହୁତ ଥର ପ୍ରକାଶ ପାଇଥିବା ବେଳେ ଶ୍ରୀ ବେହେରାଙ୍କ କାର୍ଯ୍ୟ ଶୈଳୀକୁ ନେଇ ସାଧାରଣ ଜନତା ଅସନ୍ତୋଷ ଜାହିର କରିଛନ୍ତି । ଶ୍ରୀ ବେହେରା କୋଦଳା ଏନଏସିରୁ ଯିବାକୁ ଇଚ୍ଛୁକ ଥିବା ବେଳେ ରାଜନୈତିକ ହାତ କୁଆଡେ ଲମ୍ବା, ଏଣୁ କୋଦଳା ଏନଏସିରେ ପୁଣି ରହିବାକୁ ଶ୍ରୀ ବେହେରା ଆଶାୟୀ ଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେଣୁ ନୂତନ ଯନ୍ତ୍ରୀ କେଉଁଦିନ କୋଦଳା ଏନଏସିକୁ ଆସି କାର୍ଯ୍ୟଭାର ଗ୍ରହଣ କରିବେ ସେ ନେଇ ଅଞ୍ଚଳବାସୀଙ୍କ ମନରେ ଉଙ୍କି ମାରିଛି । ( ରିପୋର୍ଟ : ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ )