ଓଡ଼ିଶା ତାଜା ନ୍ୟୁଜ (୨୯ ଅକ୍ଟୋବର ଗୁରୁବାର) ହିଞ୍ଜିଳିକାଟୁ :– ହିଞ୍ଜିଳିକାଟୁ ତହସିଲଦାର ଭାବେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ୨୦୧୧ ବ୍ୟାଚର ପ୍ରଭାତ କୁମାର ପରିଡ଼ା ମଙ୍ଗଳବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । କାର୍ଯ୍ୟରେ ଯୋଗଦାନ ପରେ ହିଞ୍ଜିଳି ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଦେବା ପ୍ରାଥମିକ ଲକ୍ଷ୍ୟ ବୋଲି କହିଛନ୍ତି । ପୂର୍ବରୁ ଶ୍ରୀ ପରିଡ଼ା କୋଦଳା ତହସିଲରେ ତହସିଲଦାର ଭାବେ କାର୍ଯ୍ୟ କରି ଆସୁଥିଲେ । (ରିପୋର୍ଟ: ଶୁସାନ୍ତ ପ୍ରଧାନ, ହିଞ୍ଜିଳିକାଟୁ)