ଓଡ଼ିଶା ତାଜା ନିୟୁଜ୍ (୨୮ ଅକ୍ଟୋବର ବୁଧବାର) ଢେଙ୍କାନାଳ :- ଜିଲ୍ଲା ହିନ୍ଦୋଳ ଏନ୍ ଏ ସି ରେ ନିଦ ହଜାଇଛି ଦଳୀୟ ଦ୍ଵିପ୍ ଓ ଅନାସ୍ଥାର ଚାପ। ଚାପରେ ଏନ୍ଏସିର ୧୬ଜଣରୁ ୧୧ଜଣ କାଉନସିଲର ଏନ୍ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁଁ ଗତ ୧୯ ତାରିଖରେ ଏକ ଦରଖାସ୍ତ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଦେଇ ଅଜ୍ଞାତବାସରେ ଚାଲି ଯାଇଛନ୍ତି ।ତାସହିତ ୩ନଂ ଓ୍ଵାର୍ଡ ସ୍ଵାଧୀନ କାଉନସିଲର ଅନୁପସ୍ଥିତିକୁ ନେଇ ୧୨ଜଣଙ୍କର ଆକଳନ କରାଯାଉଛି ।
୧୬ ଜଣରୁ ୧୩ ଜଣ ଶାସକ ବିଜେଡି ଦଳର ପ୍ରାର୍ଥୀ ଯଥା ୧ନଂ ଓ୍ଵାର୍ଡ ର ରୀତା ପଲେଇ,୨ନଂ ଓ୍ଵାର୍ଡ ପ୍ରଦୀପ ବେହେରା,୪ନଂ ଓ୍ଵାର୍ଡ ତପନ ପରିଡା,୫ନଂ ଓ୍ଵାର୍ଡ ଅଧ୍ୟକ୍ଷା ରୀନା ବେହେରା,୬ନଂ ଓ୍ଵାର୍ଡ ସୁବାଷ ବେହେରା,୭ନଂ ଓ୍ଵାର୍ଡ ପଳଉ ଦେହୁରୀ,୮ନଂ ରଶ୍ମିତା ସାହୁ,୯ନଂ ଓ୍ଵାର୍ଡ ପୂର୍ବତନ ଅଧ୍ୟକ୍ଷା ଲବଙ୍ଗ ଦେଇ,୧୧ନଂ ଓ୍ଵାର୍ଡ ପ୍ରଦ୍ୟୁମ୍ନ ବେହେରା,୧୨ନଂ ଓ୍ଵାର୍ଡ ଉପାଧ୍ୟକ୍ଷ ଟିମା ବେହେରା,୧୩ନଂ ଓ୍ଵାର୍ଡ ବାସୁମତି ସାହୁ,୧୪ନଂ ଓ୍ଵାର୍ଡ ବିଜୟ କୁମାର ଦାସ,୧୫ନଂ ଓ୍ଵାର୍ଡ ରମେଶ ସାହୁ ବିଜେଡି ଦଳ ଓ ୧୬ନଂ ଓ୍ଵାର୍ଡ ବିଜୟ କୁମାର ପ୍ରଧାନ ଏବଂ ୩ନଂ ଓ୍ଵାର୍ଡ ପୂର୍ବତନ ଉପାଧ୍ୟକ୍ଷ ଇନାୟତଉଲ୍ଲା ଖାଁ ଓ ୧୦ନଂ ଓ୍ଵାର୍ଡ ଶ୍ୟାମଘନ ଭୂତିଆ ଦୁଇଜଣ ସ୍ଵାଧୀନ ପ୍ରାର୍ଥୀ ।
୧୧ଜଣ ବିଜେଡି କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିବା ସହିତ ଭାଜପା ବିରୋଧି ଦଳ ହେଇଥିବାରୁ ଅଧ୍ୟକ୍ଷାଙ୍କ ସପକ୍ଷରେ ଯିବେ ନାହିଁ। ତତ୍ ସହିତ ଦୂଇଜଣ ସ୍ଵାଧୀନଙ୍କୁ ନେଇ ଅଙ୍କ କଷା ଜୋର ଧରିଛି ।ଅନ୍ୟପକ୍ଷେ ଏନ୍ଏସିର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଚୟନ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହ୍ଵିପ ଜାରି ଦ୍ଵାରା ସମ୍ଭବ ହୋଇଥିଲ। ।ତେବେ ଦଳର ହ୍ଵିପକୁ ସମ୍ମାନ ଦେଇ ଅଧ୍ୟକ୍ଷାଙ୍କ ଅନାସ୍ଥା ହେବନାହିଁ ବୋଲି ଚର୍ଚ୍ଚା ଥିବା ସମୟରେ ବାରମ୍ବାର ୧୧ଜଣ କାଉନସିଲର ଅସମ୍ମାନିତ ହୋଇ ଅଧ୍ୟକ୍ଷାଙ୍କୁ ବିରୋଧ କରି କୋଭିଡ ଯୋଗୁଁ ମାସ ମାସ ଅପେକ୍ଷା ସହ ଦଳର ନେତାଙ୍କ ଆସ୍ଵାଶନାରେ ଚୁପ ରହି ରହି ଅତିଷ୍ଠ ହେବା ପରେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇ ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି ।ଏହି କ୍ଷେତ୍ରରେ ଅନାସ୍ଥା ନିଶ୍ଚିତ ବୋଲି ବୁଦ୍ଧିଜୀବୀ ମତ ଦେଉଛନ୍ତି ।କିନ୍ତୁ ଦଳର ସମ୍ମାନ ପାଇଁ ଦଳୀୟ ଚିନ୍ତାଧାରା ରେ କିଛି ପରିବର୍ତ୍ତନ ମଧ୍ୟ ଆସିପାରେ ବୋଲି ଆଲୋଚନା ହେଉଅଛି ।ତେବେ ପ୍ରାୟ ଏପ୍ରକାର ଯୁଦ୍ଧରେ ଅବହେଳିତ ହୋଇ ପଡିଛନ୍ତି ଜନସାଧାରଣ ।ସରକାରଙ୍କ ଯୋଜନା ପାଲଟିଛି ସାତ ସପନ । (ରିପୋର୍ଟ୍ ଅମର ରଞ୍ଜନ ଦାସ)