ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ବୁଧବାର ) ପଦ୍ମପୁର :- ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସଭାଗୃହ ଠାରେ ସମସ୍ତ ସଭ୍ୟସଭ୍ୟା ତଥା ଅଂଚଳ ର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନେଇ ଗ୍ରାମ ପଞ୍ଚାୟତ ଉନ୍ନୟନ ମୂଳକ ଖସଡା ପ୍ରସ୍ତୁତି ପାଇଁ ପ୍ରଥମ ପର୍ଯ୍ୟାୟ ଗ୍ରାମପଞ୍ଚାୟତ ଉନ୍ନୟନ ର ଖସଡା ପ୍ରସ୍ତୁତି ବୈଠକ ସରପଂଚ ଶ୍ରୀ ଅଭିମନ୍ୟୁ ବରିହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଗ୍ରାମ ପଂଚାୟତ ମାନଙ୍କରେ ଯାଉଥିବା ସମସ୍ତ ଗ୍ରାମ ର ସ୍କୁଲ, ରାସ୍ତାଘାଟ,ପାନୀୟ ଜଳ ଯୋଗାଣ ର ସୁ-ବ୍ୟବସ୍ଥା ଇତ୍ୟାଦି କୁ ନେଇ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଖସଡା ପ୍ରସ୍ତୁତି ରେ ଆଗାମୀ ଦିନରେ ଗ୍ରାମ ପଞ୍ଚାୟତ ଅଂଚଳର ରୂପରେଖ ନିଶ୍ଚିତ ବଦଳିବ ବୋଲି ବୁକୁରାମୁଣ୍ଡା ସରପଞ୍ଚ ଶ୍ରୀ ଅଭିମନ୍ୟୁ ବରିହା ମତବ୍ୟକ୍ତ କରିଛନ୍ତି l
ଅଂଚଳର ସାମୁହିକ ବିକାଶ ସକାଶେ ଉପସ୍ଥିତ ସଭ୍ୟ ସଭ୍ୟା ନିଜ ନିଜ ଗ୍ରାମ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ତାଲିକା ପ୍ରସ୍ତାବ ପ୍ରଦାନ ଦେଇଥିଲେ l ଉକ୍ତସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ୱ୍lର୍ଡ ମେମ୍ବର ପ୍ରକାଶ ସେଠ, ରମେଶ ପ୍ରଧାନ, ହାରାବତୀ ମାଝି, ହାରାବତୀ ଭୋଇ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୋଜରାଜ ଭୁଏ, ସମିତି ସଭ୍ୟ ଜଗନ୍ନାଥ ଛତ୍ରିଆ, ଗ୍ରାମ ରୋଜଗାର ସେବକ ମହାନନ୍ଦ ପ୍ରଧାନ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)