ଓଡ଼ିଶା ତାଜା ନ୍ୟୁଜ (୨୭ ଅକ୍ଟୋବର ମଙ୍ଗଳବାର) ଦିଲ୍ଲୀ :- ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଦିଲୀପ ରାୟଙ୍କୁ ସିବିଆଇ ଦେଇଥିବା 3 ବର୍ଷ ଜେଲ୍ ଦଣ୍ଡାଦେଶକୁ ସସପେଣ୍ଡ କରିଛନ୍ତି । ସୂଚନା ଯୋଗ୍ୟ 1999 ଝାଡ଼ଖଣ୍ଡ କୋଲ ବ୍ଲକ ଆବଣ୍ଟନ ଅନିୟମିତତା ଅଭିଯୋଗରେ ସୋମବାର ସିବିଆଇ ଶ୍ରୀଯୁକ୍ତ ରାୟଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଜେଲ ଦଣ୍ଡାଦେଶ ଶୁଣାଇବାର କିଛି ସମୟ ପରେ ଜଣେ ଜାମିନଦାର 1 ଲକ୍ଷ ଟଙ୍କା ମୁଚାଳିକା ବଦଳରେ ଦିଲୀପଙ୍କୁ ସ୍ପେସାଲ ସିବିଆଇ କୋର୍ଟ ଜମାନତ ମଂଜୁର କରିଥିଲେ । ସୂଚନା ମୁତାବକ 1999 ମସିହାରେ ଝାଡ଼ଖଣ୍ଡର ଗିରିଡିହ ସ୍ଥିତ ବ୍ରହ୍ମାଡିହା ଆବଣ୍ଟନ କୋଇଲା ଖଣି ଅନିମିୟତତା ଅଭିଯୋଗରେ ଦିଲୀପଙ୍କ ସମେତ 4 ଜଣ ଦୋଷୀ ସାବ୍ୟସ୍ତ ହୋଇ ଥିଲେ । ଅକ୍ଟୋବର 6 ତାରିଖ ଏମାନଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଅକ୍ଟୋବର 14 ତାରିଖରେ ସ୍ପେସାଲ ସିବିଆଇ କୋର୍ଟରେ ଓ ଏମାନଙ୍କ ତରଫରୁ ଓକିଲ ମାନଙ୍କ ଦ୍ଵାରା ଦଣ୍ଡବିଧାନ ଉପରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା ।
ସିବିଆଇ ଓକିଲ ଅଭିଯୁକ୍ତ ମାନଙ୍କୁ ଆଜୀବନ କାରାଦଣ୍ଡ ଦେବାକୁ ଯୁକ୍ତି ଦର୍ଶାଇଥିଲେ । ପ୍ରତିପକ୍ଷ ଓକିଲ ଅଭିଯୁକ୍ତ ମାନଙ୍କର ବୟସ ଓ ପୂର୍ବରୁ କୌଣସି ରେକର୍ଡ ନ ଥିବା ଦର୍ଶାଇ ଦଣ୍ଡାଦେଶକୁ କୋହଳ କରିବା ପାଇଁ ନିବେଦନ କରିଥିଲେ । ସିବିଆଇ ସ୍ପେସାଲ କୋର୍ଟର ବିଚାରପତି ଭରତ ପରାସର ଉଭୟଙ୍କ ପକ୍ଷ ଶୁଣିଲା ପରେ ରାୟ ସଂରକ୍ଷିତ ରଖିବା ସହିତ ସମସ୍ତଙ୍କୁ କୋର୍ଟରେ ଉପସ୍ଥିତ ହେବାପାଇଁ ନିର୍ଦେଶ ଦେଇଥିଲେ । ଏମାନଙ୍କ ବ୍ୟତୀତ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କୁ ଦୋଷୀ ସାବ୍ୟସ୍ତ ସହ 3 ବର୍ଷ ଜେଲ୍ ଓ 25 ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଘୋଷଣା କରାଯାଇଥିଲା । ସେହିଭଳି ପୂର୍ବତନ ଖଣି ସଚିବ ଏଚସି ଗୁପ୍ତାଙ୍କୁ ମଧ୍ୟ 3 ବର୍ଷ ଜେଲ୍ ଓ 1 ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦିଆଯାଇଥିଲା ।