ଓଡ଼ିଶା ତାଜା ନ୍ୟୁଜ ( ୨୭ ଅକ୍ଟୋବର ମଙ୍ଗଳବାର ) ଜଟଣୀ :- ଦୁର୍ନୀତିମୁକ୍ତ ସମାଜ ତଥା ରେଳବାଇରୁ ଦୁର୍ନୀତି ଦୂର କରିବା ଉପରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ 27.10.2020 ରୁ 02.11.2020 ପର୍ଯ୍ୟନ୍ତ “ସତର୍କତା ସଚେତନତା ସପ୍ତାହ” ପାଳନ କରୁଛି । 2020 ବର୍ଷର ବିଷୟବସ୍ତୁ ହେଉଛି “ସତର୍କ ଭାରତ, ସମୃଦ୍ଧ ଭାରତ” । ଏହି ପାଳନ ସମୟରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ରେଳ ପ୍ରବନ୍ଧକ ଶ୍ରୀ ଶଶି କାନ୍ତ ସିଂହ, ଅଧିକାରୀ ଏବଂ କର୍ମଚାରୀଙ୍କୁ ଏହି “ସଚ୍ଚୋଟତା ଶପଥ”କୁ ଭର୍ଚୁଆଲ ଉପାୟରେ ପରିଚାଳନା କରିଥିଲେ । ଶ୍ରୀ ସିଂହ କହିଛନ୍ତି ଯେ ପ୍ରତ୍ୟେକ ନାଗରିକ ସଜାଗ ରହିବା ଉଚିତ ଏବଂ ସର୍ବଦା ସର୍ବୋଚ୍ଚ ସାଧୁତା ଏବଂ ସଚ୍ଚୋଟତା ପାଇଁ ଶପଥ ନେବା ଉଚିତ ଏବଂ ଦୁର୍ନୀତି ବିରୋଧରେ ସ°ଗ୍ରାମକୁ ସମର୍ଥନ କରିବା ଉଚିତ । ଦୁର୍ନୀତି ଦୂର କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ସମସ୍ତ ପ୍ରମୁଖ ରେଳ ଷ୍ଟେସନରେ ରେଲୱେ କର୍ମଚାରୀ ମାନେ ସଚ୍ଚୋଟତା ପାଇଁ ଶପଥ ନେଇଥିଲେ । ସତର୍କତା ସଚେତନତା ସପ୍ତାହ 02 ନଭେମ୍ବର 2020 ପର୍ଯ୍ୟନ୍ତ ଜାରି ରହିବ। ଏହି ପାଳନ ସମୟରେ ଦୁର୍ନୀତି ନିବାରଣ ଉପରେ ସଚେତନତା ବ୍ୟାନର , ପୋଷ୍ଟର, ସେମିନାର, ନୁକ୍କଡ ନାଟକ, କର୍ମଶାଳା, କର୍ମଚାରୀ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ପାଇଁ କୁଇଜ୍ ଏବଂ ସ୍ପର୍ଶ କାତର କାର୍ଯ୍ୟକ୍ରମ ମାଧ୍ୟମରେ କରାଯିବ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ରଂଜନ କୁମାର ମହାନ୍ତି, ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ସ°ଯୋଜନା କରି ଥିଲେ । ( ରିପୋର୍ଟ – ଇଫତେଖାର ଅଲ୍ଲୀ )