ଓଡ଼ିଶା ତାଜା ନ୍ୟୁଜ ( ୨୭ ଅକ୍ଟୋବର ମଙ୍ଗଳବାର ) କବିସୂର୍ଯ୍ୟନଗର :- ଗଂଜାମ ଜିଲ୍ଲାର ମୁଖ୍ୟ ରାସ୍ତା କହିଲେ ଆସ୍କା – ଭୁବନେଶ୍ୱର ରାସ୍ତାକୁ ବୁଝାଏ ହେଲେ ଗତ କିଛି ମାସ ହେଲା ଆସ୍କା ରୁ କବିସୂର୍ଯ୍ୟନଗର ରାସ୍ତାରେ ଚାଲି ଯିବା ପାଇଁ ମଧ୍ୟ ଲୋକେ ନିରାପଦ ମଣୁନାହାଁନ୍ତି । ଏହି ରାସ୍ତାରେ ଦୈନିକ ସହ ସହ ମୋଟର ଗାଡ଼ି ଯିବା ଆସିବା କରେ । ଏହି ରାସ୍ତା ଏତେ ପରିମାଣରେ କଦର୍ଯ୍ୟ ହୋଇ ଖାଲ ଖମା ହୋଇଛି ଯେ ପ୍ରତି ମୁହୂର୍ତ୍ତ ବିପଦ। ବିଭାଗୀୟ ଅଧିକାରୀ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟ ଇଚ୍ଛା ଶକ୍ତିର ଅଭାବ । ୨୦୧୯ – ୨୦ ରେ ଏହି ରାସ୍ତା ସଂପ୍ରସାରଣ ପାଇଁ ଟେଣ୍ଡର ହୋଇଛି । ରାସ୍ତା ସଂପ୍ରସାରଣ ଟେଣ୍ଡର ଆରକେଡି ନେଇଛି। ବୁଢାମ୍ବ ଭାୟା କବିସୂର୍ଯ୍ୟନଗର – ଆସ୍କା – ବାଲିପଦର ରାସ୍ତା ପାଇଁ ୪୪,୮୧,୨୫,୩୬୦ ଟଙ୍କାର କାର୍ଯ୍ୟ ପାଇଁ ଏଗ୍ରୀମେଣ୍ଟ ହୋଇଛି । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ଠାରୁ ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ଉଠିଛି । ବର୍ଷ ଓ ରକ୍ଷଣାବେକ୍ଷଣ ଯୋଗୁଁ କବିସୂର୍ଯ୍ଯ ନଗର ଠାରୁ ଆସ୍କା ରାସ୍ତା ମରଣଯନ୍ତା ପାଲଟିଛି । ପୂର୍ତ୍ତ ବିଭାଗର ଦାୟିତ୍ୱହିନତା କାର୍ଯ୍ୟ, ଲୋକ ପ୍ରତିନିଧିଙ୍କ ନିଷ୍କ୍ରିୟତା ଏବଂ ବିରୋଧୀ ଦଳ ଦୁର୍ବଳତା ଯୋଗୁଁ ଏହି ଭଳି ଅବସ୍ଥା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ବର୍ତ୍ତମାନ ଏହି ରାସ୍ତା ମରାମତି କାର୍ଯ୍ୟ ଆରକେଡି କରିବ ନା ବିଭାଗ ମରାମତି ନାମରେ ଅନୁଦାନ ଦେଇ ତଳିପକା କାର୍ଯ୍ୟ କରିବ ତାହା ଦେଖିବାକୁ ବାକି ରହିଲା । ଯାହା ବି ହେଉ ସାଧାରଣ ଜନତାଙ୍କ ସୁରକ୍ଷା ଦୃଷ୍ଟିରୁ ରାସ୍ତା ତୁରନ୍ତ ମରମତି ହେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି । ( ରିପୋର୍ଟ: ଶେଷଦେବ ସାହୁ )