ଓଡ଼ିଶା ତାଜା ନ୍ୟୁଜ ( ୨୭ ଅକ୍ଟୋବର ମଙ୍ଗଳବାର ) ହିଞ୍ଜିଳିକାଟୁ :- ମଙ୍ଗଳବାର ସକାଳେ ହିଞ୍ଜିଳିକାଟୁ ବସ ଟର୍ମିନାଲ ନିକଟରୁ ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି । ମୃତକ ଜଣକ ସ୍ଥାନୀୟ ପୈାରାଞ୍ଚଳ ପାଟଣା ସାହିର ନିରଞ୍ଜନ ମୁଳି(୩୫) । ଏ ନେଇ ହିଞ୍ଜିଳି ଥାନାକେଶ ନଂ ୩୦/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ଯୁବକ ଜଣକ ହିଞ୍ଜିଳିକାଟୁ ବସ ଟର୍ମିନାଲ ନିକଟରେ କମାର ଶାଳ କରି ଜୀବିକା ନିର୍ବାହ କରୁଥିଲେ । ସୋମବାର ରାତିରେ ଦୋକାନ ବନ୍ଦ କରିବା ପରେ ଘରକୁ ଫେରି ନଥିବା ପରିବାର ତରଫରୁ ସୂଚନା ମିଳିଛି । ମଙ୍ଗଳବାର ସକାଳେ କମାର ଶାଳ ନିକଟରେ ଯୁବକଙ୍କ ମୃତ ଦେହ ପଡ଼ିଥିବା କିଛି ଲୋକ ଦେଖି ମୃତକଙ୍କ ପରିବାର ଓ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ସକାଶେ ପଠାଇ ଘଟଣାର ତଦନ୍ତ ଚଳାଇଛି । ଅନ୍ୟ ପକ୍ଷରେ ମୃତ ଦେହ ନିକଟରେ କିଛି ମଦ ବୋତଲ ପଡିଥିବା ଦେଖିବାକୁ ମିଳିଥିଲା । ମୃତ୍ୟୁର ସଠିକ୍ କାରଣ ଅସ୍ପଷ୍ଟ ରହିଛି । ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । (ଶୁସାନ୍ତ ପ୍ରଧାନ )