ଓଡ଼ିଶା ତାଜା ନ୍ୟୁଜ୍ (୨୭ ଅକ୍ଟୋବର ମଙ୍ଗଳବାର )ପଦ୍ମପୁର :- ୧୦ ରିଖ ଦିନ ପାଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଳତାପ ମହମ୍ମଦ ଏକ ସ୍କୁଟିରେ ନିଜ ଗାଁ ଡୁଙ୍ଗୁରୀପାଲି ରୁ ପାଇକମାଲ ଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହେବାରୁ ପାଇକମାଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କଲାପରେ ଛତିଶଗଡ ର ରାୟପୁର ଏକ ଘରୋଇ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା । ୪ଦିନ ଧରି ରାୟପୁର ରେ ଚିକିତ୍ସାତ ହୋଇ ବ୍ଲକ ଅଧ୍ୟକ୍ଷ ଅଳତାପ ଡାକ୍ତରଙ୍କ ପରାମର୍ଶ କ୍ରମେ ଏବେ ଡୁଙ୍ଗୁରୀପାଲି ସ୍ଥିତ ନିଜ ବାସଭବନରେ ବିଶ୍ରାମରେ ଅଛନ୍ତି । ଗତକାଲି ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଡୁଙ୍ଗୁରୀପାଲି ଗ୍ରାମକୁ ଯାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଳତାପ ମହମ୍ମଦଙ୍କ ଘରକୁ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ତାଙ୍କର ଆଶୁ ଆରୋଗ୍ଯ କାମନା କରିଥିଲେ । (ରିପୋର୍ଟ – ନିରୋଜକୁମାର ପାଣୀ )