ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର ) ଜଟଣୀ :– କୁଦିଆରୀ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୋଷଣ ଉଦ୍ୟାନ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷ ରୋପଣ କରାଯାଇଛି । ସରକାରଙ୍କ ଏହି ଅଭିନୟ ଉପାୟରେ ବିଦ୍ୟାଳୟ ପରିସରରେ ଆବଶ୍ୟକୀୟ ବୃକ୍ଷ ଏବଂ ରପୋଇଉଦ୍ୟାନ ପରିବେଶ ସୃଷ୍ଟି ହୋଇପାରିବ । ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଲକ୍ଷଲକ୍ଷ ଶିଶୁ ମଧ୍ୟାହ୍ନ ଭୋଜନରେ ଫାଷ୍ଟିକର ଖାଦ୍ୟ ପାଇବା ସହିତ ଅମ୍ଳଯାନ ବେଶିତ ପରିବେଶ ଆଦୃତ ହୋଇପାରିବ । ପୃଷ୍ଟିକର ଖାଦ୍ୟର ଅଭାବି ଶିଶୁମାନଙ୍କୁ ରୋଗାଗ୍ରସ୍ତର କାରଣ ପାଲଟିଥିଲା । ତେଣୁ ସରକାରଙ୍କ ଏହି ପ୍ରୟାସ ସାଗତ ଯୋଗ୍ୟ ବୋଲି କୁହାଯାଇଛି । ଆଜି ଏହି କାର୍ଯ୍ୟକ୍ରମରେ ଜଟଣୀ ବ୍ଲକ ଶିକ୍ଷାଧିକାରୀ ନିରୁପମା ବେହେରା ଚାରା ରୋପଣ କରି ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପଶିକ୍ଷାଧୀକାରୀ ମଦନମୋହନ ଭୂୟୀ,ସିଆରସିସି ମାନଗୋବିନ୍ଦ ସାହୁ, ପ୍ରଧାନଶିକ୍ଷୟତ୍ରୀ ମମତା ବେହେରା, ବିଦ୍ୟାଳୟ କମିଟି ସଭାପତି ଅବଦୁଲ ସତାର, ପୁର୍ବତନ କାଉନସିଲର ଲୁସେନ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । (ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )














