ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର ) ଛତ୍ରପୁର :– ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ପୂର୍ବାହ୍ନ ରେ ଛତ୍ରପୁର ଏନଏସି ପକ୍ଷରୁ ସ୍ୱଛତା ଓ କରୋନା ସଚେତନତା ସାଇକେଲ ରାଲି ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନଏସି ର ପ୍ରଶାସନିକ ଅଧିକାରୀ ତଥା ଡିଆରଡ଼ିଏ ପିଡ଼ି ସିନ୍ଦେ ତତ୍ତlତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଷ ବାବୁ ଙ୍କ ସମେତ ବହୁ ଅଧିକାରୀ ଏନଏସି କର୍ମଚାରୀ ମାନେ ସାଇକେଲ ରେ ବୁଲି ଲୋକଙ୍କୁ ସ୍ୱଚ୍ଛତା ଓ କରୋନା ଉପରେ ସଚେତନତା କରାଇଥିଲେ l
କରୋନା କଟକଣା ମାନି ଚଳିବା ,ସ୍ୱଚ୍ଛତା ଓ ପରିମଳ ବିଷୟରେ ମଧ୍ୟ ଲୋକଙ୍କୁ ଅଧିକାରୀ ମାନେ ସଚେତନତା କରାଇଥିଲେ । ଏହି ରାଲି ଏନଏସି କାର୍ଯ୍ୟାଳୟ ଠାରୁ ବାହାରି ଲୋଏର ବସଷ୍ଟାଣ୍ଡ ଦେଇ ଛତ୍ରପୁର ସହର ପରିକ୍ରମା କରିଥିଲା l ଏହି ରାଲିରେ କୋଭିଡ ସଖି , କୋଭିଡ ମନିଟର ଏବଂ ସ୍ୱଚ୍ଛସାଥି ମାନେ ମଧ୍ୟ ସାମିଲ ହୋଇ ଲୋକଙ୍କ ନିକଟରେ କରୋନା ସଚେତନତା ବାର୍ତ୍ତା ପହଞ୍ଚାଇ ଥିଲେ। ଏହା ସହ ଡାକବାଜି ଯନ୍ତ୍ର ମଧ୍ୟ ଏନଏସି ପକ୍ଷରୁ କରାଯାଉଛି l ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ














