ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର ) ଭୁବନେଶ୍ୱର :- ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଡିଜିଟାଲ ଆନ୍ଦୋଳନ ୧୧୭ ଦିନରେ ଆମ ରାଜ୍ୟରେ ଗଣଶିକ୍ଷା ବିଭାଗଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ,ପ୍ରତିଟି ବିଭାଗରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଅଭାବ ନାହିଁ । ନିୟମିତ କର୍ମଚାରୀଙ୍କ ଠାରୁ ଯଥେଷ୍ଟ କାର୍ଯ୍ୟରତ ଥିବା ଏହି ନିରୀହ ଶିକ୍ଷିତ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଦିନ ମଜୁରିଆ ଠାରୁ ବି ଖୁବ କମ ଦରମାରେ ବେଠି ଖଟୁଛନ୍ତି। ନା ମୂଳ ଦରମା ମିଳୁଛି, ନା ସପ୍ତମ ବେତନ ଦେଇଛନ୍ତି ନା ସମାନ କାମକୁ ସମାନ ଦରମା ଲାଗୁ କରୁଛନ୍ତୁ,ବାସ୍ତବରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପ୍ରତି ସରକାରଙ୍କ ଆନ୍ତରିକତା ନାହିଁ । ଯେମିତିକି ୨୦୧୫ରେ ସରକାର ସ୍ଥିର କଲେ ଯେ କୁଶଳୀ ଶ୍ରମିକମାନେ ଦୈନିକ ଟ. ୨୪୦ ଓ ଉଚ୍ଚକୁଶଳୀ ମାନେ ଦୈନିକ ଟ. ୨୬୦ ହିସାବରେ ମଜୁରି ପାଇବେ। ପୁନଶ୍ଚ ୨୦୧୬ ଟ.୭.୨୦ପ ବଢ଼ାଇ ଯଥାକ୍ରମେ ଟ. ୨୪୭. ୨୦ ଓ ଟ.୨୬୭.୨୦ ହିସାବରେ ସ୍ଥିରୀକୃତ କରାଗଲା । ଏହା ପରେ ପୁଣି ୨୦୧୭ ମସିହାରେ ଉକ୍ତ ମଜୁରି ରେ କ୍ରମଶଃ ବୃଦ୍ଧି ହୋଇ ଦୈନିକ ଟ.୨୫୩.୫୦ ଓ ଟ. ୩୬୩.୫୦ ହିସାବରେ ସ୍ଥିର ହେଲା ।

୨୦୧୮ ଚିଠି ନମ୍ବର ୪୩୧/୨୦୧୮ ତା- ୩୦/୧୦/୨୦୧୮ ଅନୁସାରେ ସେହି କୁଶଳୀ ଓ ଉଚ୍ଚ କୁଶଳୀ ଶ୍ରମିକମାନେ ଦୈନିକ ଯଥାକ୍ରମେ ଟ. ୩୭୦ ଓ ଟ. ୪୩୦ ହିସାବରେ ମଜୁରି ପାଇବେ ବୋଲି କୁହାଗଲା । ପୁଣି ନୋଟିଫିକେସନ ଲେଟର ନମ୍ବର ୧୧୬୮୮ ତା- ୭/୧୧/୨୦୧୯ ଅନୁଯାୟୀ ରାଜ୍ୟର କୁଶଳୀ ଓ ଉଚ୍ଚକୁଶଳୀ ଶ୍ରମିକମାନଙ୍କ ସର୍ଵନିମ୍ନ ଦୈନିକ ମଜୁରୀ ହିସାବରେ ଯଥାକ୍ରମେ ଟ. ୩୮୮ ଓ ଟ. ୪୪୮ ହିସାବରେ ମଜୁରି ପାଇବେ ବୋଲି କୁହ ଗଲା । ପୁନର୍ବାର ନୋଟିଫିକେସନ ଲେଟର ନମ୍ବର ୪୮୬୪ ତା-୨୨ /୦୭ /୨୦୨୦ ଅନୁଯାଇ ସର୍ଵନିମ୍ନ ଦୈନିକ ମଜୁରୀ କୁ ଟ ୪୫୩ .୪୦ କୁ ବୃଦ୍ଧି ହୋଇ ମାସିକ ୧୩୬୦୨ ଟଙ୍କା ହୋଇଛି ବୋଲି ସ୍ଥିର କରାଯାଇଥିଲେ ମଧ୍ୟ, ଆଜି ପୁନର୍ବାର ନୋଟିଫିକେସନ ଲେଟର ନମ୍ବର ୬୧୦୦ ତା-୨୧ /୧୦/୨୦୨୦ ଅନୁଯାୟୀ ସର୍ଵନିମ୍ନ ଦୈନିକ ମଜୁରୀକୁ ଟ ୪୫୮.୦୫ କୁ ବୃଦ୍ଧି କରାଯାଇ ମାସିକ ୧୩୭୪୦ ଟଙ୍କା ଭାବେ ସ୍ଥିର କରାଯାଇଥିଲେ ମଧ୍ୟ ରାଜ୍ୟର ସରକାରୀ ଶିକ୍ଷିତ କୁଶଳୀ କର୍ମଚାରୀମାନେ ଅସାମ୍ବିଧାନିକ ଭାବେ ମାସିକ ଟ. ୮୦୭୦ ରୁ ଟ. ୧୦୦୦୦ ଯାହାକି ଦୈନିକ ହିସାବରେ ମାତ୍ର ଟ. ୨୭୦ ରୁ ଟ. ୩୩୩ ବେତନ ପାଉଛନ୍ତି, ଯାହାକି ଏକ ଦିନ ମଜୁରିଆର ପାରିଶ୍ରମିକ ଠାରୁ ଖୁବ କମ ।
ତେବେ ସରକାରୀ ଶିକ୍ଷିତ ଯୁବ କର୍ମଚାରୀ କଣ ଦିନ ମଜୁରିଆ ଠାରୁ ବି କମ କୁଶଳୀ ? ପ୍ରକାଶ ଥାଉ କି ଓଡିଶାର ଏହି ଶିକ୍ଷିତ ଯୁବଗୋଷ୍ଠୀ କାହା ଦୟାର ପାତ୍ର ହୋଇ ନିଯୁକ୍ତି ପାଇନଥାନ୍ତି ; ସେମାନେ ଉଚିତ୍ ନିୟମ ପ୍ରକ୍ରିୟାରେ ଷ୍ଟାଫ ସିଲେକ୍ସନ କମିଶନ ତଥା ସିଲେକ୍ସନ ବୋର୍ଡ ଭଳି ଆନୁଷ୍ଠାନିକ ଚୟନ ପ୍ରକ୍ରିୟା ଦ୍ୱାରା ଯୋଗ୍ୟ ବିବେଚିତ ହୋଇ ନିଯୁକ୍ତି ପାଇଥାନ୍ତି । ତଥାପି ରାଜ୍ୟ ସରକାରଙ୍କ ଯୁବ କର୍ମଚାରୀଙ୍କ ପ୍ରତି ଏଭଳି ପାତରଅନ୍ତର ଭାବନା କାମ କରିବାର ମନ ବେଳକୁ ଭାଙ୍ଗି ଦଉଛି । ଏଭଳି ଦୁର୍ନୀତି ବିରୋଧରେ ଯୁବ କର୍ମଚାରୀ ମାନେ ଦୀର୍ଘ ୧୧୭ ଦିନ ଧରି ଡିଜିଟାଲ ଆନ୍ଦୋଳନ ତଥା ଇ ଅଭିଯୋଗ ଜରିଆରେ ନିଜ ହକ୍ ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି । ରାଜ୍ୟ ସରକାର ଯଥାଶୀଘ୍ର ଏ କୁତ୍ସିତ ପ୍ରଥାର ଉଚ୍ଛେଦ ନିଷ୍ପତ୍ତି ରାଜ୍ୟ ସରକାର ନ ନେଲେ ଆଗାମୀ ଦିନରେ ଯୁବ କର୍ମଚାରୀ ମାନଙ୍କ ଶକ୍ତି ରାଜ୍ୟ ସରକାର ଦେଖିବେ ବୋଲି ବୋଲି ସଂଘ ସଭାପତି ବିଜୟ ମଲ୍ଲ,ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ଜ୍ୟୋତିପ୍ରକାଶ ମହାପାତ୍ର,କିଷାନ ବରାଇ ଏବଂ ସଞ୍ଜୟ ପଟ୍ଟନାୟକ, ସମ୍ପାଦକ କ୍ଷିତିଶ ପଣ୍ଡା, ଶୁଭ୍ରହିତ୍ ପ୍ରତିହାରୀ,ବିଶ୍ବଜିତ୍ ବିଶ୍ବାଳ,ନିରୋଜ ରଥ, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ୱାଇଁ, ଜୀବନ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର,ସ୍ୱାଗତ ନନ୍ଦ,ସୁରେଶ ମହାନ୍ତି,ଦେବାଶିଷ ନାୟକ,ରାଜେନ୍ଦ୍ର ମଲ୍ଲିକ, ସନ୍ତୋଷ ଗୌଡ଼,ଅମୂଲ୍ୟ କୁମାର ଭାରିମଲ୍ଲ, ଅନିତା ବେହେରା,ଲୋଜାଳିନ ପଣ୍ଡା,ଅଳକା ମହାନ୍ତି,ରଶ୍ମି ଦାଶ ପ୍ରମୁଖ ପ୍ରେସ ବ୍ରିବୃତି ରେ କହିଛନ୍ତି । (ନ୍ୟୁଜ୍ ଏଡିଟର୍ ସ୍ୱରୂପ ଦାସ୍)














