ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର ) ପାରଳାଖେମୁଣ୍ତି :- ୱେବ୍ନାଇର୍ ମାଧ୍ୟମରେ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଜିଲାସ୍ତରୀୟ ସଂସଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି . ଏଥିରେ ଗଜପତି ଜିଲାର ଯୁବଗୋଷ୍ଠୀ ଭାଗ ନେଇଥିଲେ . ପ୍ରକ୍ରୁତ ସଂସଦରେ ହେଉଥିବା ତର୍କ ବିତର୍କ ସହ ସ୍ଥାନୀୟ ସମସ୍ୟାର ଉପସ୍ଥାପନା , ଜଣେ ସାଂସଦର ଭୂମିକା ଉକ୍ତ ପ୍ରତିଯୋଗୀ ମାନେ ଉପସ୍ଥାପନା କରିଥିଲୋ ବାଚସ୍ପତି ଓମ୍ ବିର୍ଲା,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ,ଧର୍ମେନ୍ଦ୍ର ପ୍ରଧାନ ;ସାଂସଦ ଅନୁଭବ ମହାନ୍ତି,ଚନ୍ଦ୍ରାଣୀ ମୂର୍ମୁ, କୋଟାଗିରି ଶ୍ରୀଧର,ରାହୁଳ ଗାନ୍ଧୀ,ଶଶୀ ଥରୁର୍ ଇତ୍ଯାଦି ଭୂମିକାରେ ନିଜନିଜର ମନ୍ତବ୍ୟ ଦେଇଥିଲୋଉକ୍ତ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ରୂପେ ଭିଜିଲାନ୍ସ ଦାୟୀତ୍ବରେ ଥିବା ତଥା ଗଜପତି ଜିଲାର ପୂର୍ବତନ ପୋଲିସ ଅଧିକ୍ଷକ ସାରା ଶର୍ମା ଆଇ.ପି.ଏସ୍ , ମୁଖ୍ୟଅତିଥି ଭାବେ ବିମଳ ପ୍ରତିକ ଶାହା, ସମ୍ମାନିତ ଅତିଥି ଭାବେ ଅରୁଣ ସଚଦେବ,ଦେବଜାନୀ ସାମନ୍ତରାଏ, ଯଶରାଜ ଅହମ୍ମଦ, ଶକ୍ତିସ୍ବରୂପ ସିଂ ଯୋଗଦାନ କରିଥିଲୋବିଚାରକ ମଣ୍ତଳୀରେ ଭାଗବତ ପାଢୀ,
ଅକ୍ଷୟ ନିପାନୀ ଯୋଗଦାନ କରିଥିଲୋବିଶେଷ କରି ଶିକ୍ଷା,ସ୍ବାସ୍ଥ୍ୟ,ରୋଜଗାର,ମହିଳା ସଶକ୍ତିକରଣ ବିଷୟରେ ଆଲୋଚନା ହୋଇଥିଲାାଅତିଥିମାନେ ଯୁବଗୋଷ୍ଠୀ ସମାଜକୁ ମୁଖ୍ୟସ୍ରୋତ ନେବାରେ ସେମାନଂକର ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲୋଏଥିରେ ବିଭିନ୍ନ ଭୂମିକାରେ ଝୁମୁରି ଭୂୟାଂ, ମୋହିନୀ ପ୍ରଧାନ, ଶ୍ରୀକାନ୍ତ ପଣ୍ତା, କରୁଣାକର ବେର୍ଦଳାଇ ,ସ୍ନେହାଶୀଷ ପାଢୀ ,ରୋହିତ ପାତ୍ର ,ସିମିୟନ ରାଇକା .ସୟଦ ଖଲିଦ୍ ଅାବ୍ଦୁଲା , ଜଗତମୋହନ ସାହୁ ପ୍ରମୁଖ ପ୍ରତିଯୋଗୀ ଭାଗ ନେଇଥିଲୋ ଶ୍ରେଷ୍ଠ ପ୍ରତିଯୋଗୀଂକୁ ଜାତୀୟ ସ୍ତରରେ ଭାଗନେବାପାଇଁ ସୁଯୋଗ ଦିଆଯିବାଏହାକୁ ନେହେରୁ ଯୁବକେନ୍ଦ୍ରର ଜିଲା ସଂଯୋଜକ ବିଜୟ କୁମାର ମହାପାତ୍ର ପରିଚାଳନା କରିଥିଲେ ( ଗରୁଡ଼ ଧ୍ୱଜ ଚୌଧୁରୀ )
















