
ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର) ନୟାଗଡ :- ଅବସରପ୍ରାପ୍ତ ପ୍ରଶାସକ ତଥା ସୁସାହିତ୍ୟିକ ଗଗନ ବିହାରୀ ପଟ୍ଟନାୟକଙ୍କ (୮୫ ) ବୟସରେ ପରଲୋକ ହୋଇଯାଇଛି | ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗର ଯୁଗ୍ମ ସଚିବ ଭାବେ ସୁନାମ ଅର୍ଜନ କରି ଅବସର ନେଇଥିବା ସ୍ବର୍ଗତ ପଟ୍ଟନାୟକ ପାଞ୍ଚୋଟି ପୁସ୍ତକ ରଚନା କରି ସାହିତ୍ୟିକ ଭାବେ ମଧ୍ୟ ତାଙ୍କର ସୁନାମ ଥିଲା | ତାଙ୍କର ଘର ନୟାଗଡ ଜିଲ୍ଲର ଖଣ୍ଡପଡା ଅନ୍ତର୍ଗତ ଭାପୁର ବ୍ଲକ ସ୍ଥିତ ଖଇରଗାଡ଼ିଆ ଗ୍ରାମରେ |
ଏକ ଶିକ୍ଷିତ ତଥା ସମ୍ଭ୍ରାନ୍ତ ପରିବାରରେ ଜନ୍ମିତ ସ୍ବର୍ଗତ ପଟ୍ଟନାୟକ “ସମାଜ” ଦୈନିକ ଖବର କାଗଜରେ ବର୍ତମାନ କାର୍ଯ୍ୟରତ ବରିଷ୍ଠ ତଥା ସୁନାମଧନ୍ୟ ନୟାଗଡ ଜିଲ୍ଲା ସାମ୍ବାଦିକ (ଜିଲ୍ଲା ପ୍ରତିନିଧି)ରବୀନ୍ଦ୍ର କୁମାର ପଟ୍ଟନାୟକଙ୍କ ନିଜ ବଡ଼ ଭାଇ ଅଟନ୍ତି | ପରଲୋକରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି | (ରିପୋର୍ଟ -ରାମକୃଷ୍ଣ ରଥ )
















