ଓଡ଼ିଶା ତାଜା ନ୍ୟୁଜ୍ (୨୦ ଅକ୍ଟୋବର ମଙ୍ଗଳବାର ) ପଦ୍ମପୁର :– ପଦ୍ମପୁର ଉପଖଣ୍ତ ଝାରବନ୍ଦ ତହସିଲ ଅନ୍ତର୍ଗତ ତୁର୍ଲା ଗ୍ରାମରେ ୭୦ ବର୍ଷରୁ ଉର୍ଦ୍ଧ ହେବ ଜମି ଦଖଲ କରି ଚାଷବାସ କରୁଥିବା ଶ୍ରୀ ରଘୁନାଥ ପୋଢଙ୍କ ଜମିକୁ ନେଇ ତୁର୍ଲା ଗ୍ରାମରେ ବିବାଦ ଦେଖାଦେଇଛି । ଗରିବ ପରିବାର ଶ୍ରୀ ପୋଢ ତାଙ୍କ ଅଜା ସ୍ବର୍ଗତ କୁଶଭ ପୋଢଙ୍କ ଦିନରୁ କିଛି ସରକାରୀ ଜମି ଜବର ଦଖଲ କରି ଚାଷ କରି ପରିବାର ପରି ପୋଷଣ କରୁଛନ୍ତି ।
ଗ୍ରାମର କିଛି ଯୁବକ ଯୋର ଜବରସ୍ତ ଉକ୍ତ ଜମିରେ କ୍ରିକେଟ ଖେଳ ପଡିଆ ତିଆରି କରିବା ପାଇଁ ଚାଷୀ ଜମିକୁ ନଷ୍ଟ କରିଥିବାର ଅଭିଯୋଗ ଝାରବନ୍ଦ ଥାନାରେ ହୋଇଛି । ଗ୍ରାମରେ ଅନେକ ସରକାରୀ ଜାଗା ଖାଲି ପଡିଥିବା ବେଳେ ଇର୍ଷାନ୍ନିତ ହୋଇ କିଛି ପ୍ରଭାବଶାଳୀ ଲୋକ ଶ୍ରୀ ପୋଢଙ୍କ ଜମିରୁ ଦଖଲ କରିବା ପାଇଁ ଷଡଯନ୍ତ୍ର କରୁଥିବାରୁ ଗ୍ରାମରେ ବିବାଦ ଦେଖାଦେଇଛି ।
ଗ୍ରାମର ୱାର୍ଡ ମେମ୍ବର ଶ୍ରୀମତୀ ମୁକ୍ତ ମିର୍ଦ୍ଧା,ବିହାରୀ କଲେତ,ସତ୍ଯଲାଲ ମାଝୀ, ଶୋଭାରାମ ସାହୁ, କରମ ସିଂ ଦାଉ,ଭୀମ ରଣା ଆଦି କିଛି ପ୍ରମୁଖ ବ୍ଯକ୍ତି ଶ୍ରୀ ପୋଢଙ୍କ ସପକ୍ଷରେ ଝାରବନ୍ଦ ତହସିଲଦାର, ଥାନା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ୭୦ ବର୍ଷରୁ ଉର୍ଦ୍ଧ ହେବ ଜମି ଦଖଲ କରୁଥିବା ଓ ଏନକ୍କୋଜ ମେଣ୍ଟ କେଶ ହୋଇଥିବା ଜମିକୁ ଶ୍ରୀ ରଘୁନାଥ ପୋଢଙ୍କ ନାମରେ ରେକର୍ଡ ଭୁକ୍ତ କରାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)