ଓଡ଼ିଶା ତାଜା ନ୍ୟୁଜ୍ (୨୦ ଅକ୍ଟୋବର ମଙ୍ଗଳବାର ) ବରଗଡ଼ :– ବରଗଡ଼ ଜିଲ୍ଲା ରେ ଗତ ୨୦୧୯ ରବିଋତୁରେ କୁଆ ପଥର ବୃଷ୍ଟିପାତ ଯୋଗୁଁ ବିଭିନ୍ନ ଅଞ୍ଚଳ ରେ ଫସଲ ନଷ୍ଟ ହୋଇଥିଲା। ଏହାର ଇନ୍ ପୁଟ ସବସିଡିଏ ପର୍ଯ୍ୟନ୍ତ ମିଳି ନ ଥିବା ପ୍ରତିବାଦରେ ଆଜି ଜୟ କିଶାନ ଆନ୍ଦୋଳନ, ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତି ଓ ଜିଲ୍ଲା ର ଅନ୍ୟ ଚାଷୀ ସଙ୍ଗଠନ ପକ୍ଷରୁ ଶତାଧିକ ଚାଷୀ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ଗତ ୨୦୧୯ ମସିହାରେ ଫସଲ କ୍ଷତିର ଆକଳନ ସେ ସମୟରେ ବିଭାଗୀୟ ଅଧିକାରୀ ମାନେ କରି ରିପୋର୍ଟ ପ୍ରଦାନ କରିଥିଲେ । ଏଥିରେ ଫସଲ ନଷ୍ଟ ହୋଇଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ କ୍ଷତି ଗ୍ରସ୍ତ ଚାଷୀ ଙ୍କୁ ଇନ୍ ପୁଟ ସବସିଡି ବିବାଦ ରେ ଏ ପର୍ଯ୍ୟନ୍ତ କ୍ଷତିପୂରଣ ରାଶି ମିଳି ନ ଥିବା ଅଭିଯୋଗ କରିଥିଲେ ।
ଏହାର ପ୍ରତିବାଦରେ ଆଜି ପୁଣି ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଇଲେ । କ୍ଷତି ପୂରଣ ଦାବିରେ ଚାଷୀ ମାନେ ଏକ ମିଳିତ ଶୋଭାଯାତ୍ରା ରେ ସହର ପରିକ୍ରମା କରିବା ପରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଚାଷୀ ନେତା ମାନଙ୍କ ମଧ୍ୟରେ ଲିଙ୍ଗରାଜ,ଶିବ ପ୍ରସାଦ ପ୍ରଧାନ,ହର ବନିଆ, ରମେଶ ମହାପାତ୍ର, ପ୍ରମୁଖ ଉପସ୍ଥିତ ରହି ସରକାର ଙ୍କ କୃଷି ଓ କୃଷକ ବିରୋଧୀ ନୀତିକୁ ସମାଲୋଚନା କରିଥିଲେ । (ରିପୋର୍ଟ ସତ୍ୟ ନାରାୟଣ ପ୍ରଧାନ)