ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ମଙ୍ଗଳବାର) ପଦ୍ମପୁର :- ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଗୋଠୋଗୁଡା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସଲଡିହି ଗ୍ରାମର ଡଙ୍ଗରପଡା ସ୍ଥିତ ନିର୍ମଲ ମେହେର ଏକ ଅଭିଯୋଗ କରିଛନ୍ତି । ସଲଡିହ ଗ୍ରାମ ଏକ ଉପାନ୍ତ ଅଞ୍ଚଳ ଅଟେ । ଗ୍ରାମର କେତେକ ଅଧିବାସୀ ଡଙ୍ଗରପଡା ବୋଲି ଏକ ପଡାରେ ୩ ଘର ବାସ କରୁଛନ୍ତି । ଏହି ଡଙ୍ଗରପଡାରେ ଦୀନ ଦୟାଳ ଉପାଧ୍ୟୟ ଯୋଜନାରେ ସେଠାରେ ବିଦ୍ୟୁତ ଖୁଣ୍ଟ ଓ ବିଦ୍ୟୁତ ତାର ପଡିଥିଲା ।
ସେଠାରେ ବିଦ୍ୟୁତ ସଂଯୋଗ ହୋଇନ ପାରିନ ଥିଲା । ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ଖୁଣ୍ଟ ଓ ତାରକୁ ସ୍ଥାନାନ୍ତର କରି ନେଇଗଲେ । ତେଣୁ ବିଦ୍ଯୁତ ସଂଯୋଗ ହୋଇ ପାରିନଥିଲା । କିନ୍ତୁ ସେଠାରେ ସୌଭାଗ୍ଯ ଯୋଜନାରେ ଗୃହରେ ବୋର୍ଡ ମିଟର ସଂଯୋଗ ହୋଇ ଅଛି । ତେଣୁ ସେହି ପଡାରେ ସୌଭାଗ୍ଯ ଯୋଜନାରେ ବିଦ୍ୟୁତ ଯୋଗାଇ ଦେଲେ ପଡାବାସୀ ଉପକୃତ ହୁଅନ୍ତେ । ତେଣୁ ପ୍ରଶାସନ ଏ ବିଷୟକୁ ଦୃଷ୍ଟିରେ ରଖି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି । (ରିପୋର୍ଟ – ନିରୋଜ କୁମାର ପାଣୀ)
