ଓଡ଼ିଶା ତାଜା ନ୍ୟୁଜ (୧୫ ଅକ୍ଟୋବର ଗୁରୁବାର ) ବାଲେଶ୍ବର :- ବାଲେଶ୍ବର ଉପନିର୍ବାଚନ ପାଇଁ ତିନି ଦଳ ତରଫରୁ ନୋମିନେସନ ଶେଷ । ନବୀନଙ୍କ ଫଇସଲା ଅନୁଯାଇ ହାରିବା ଲୋକକୁ ଟିକେଟ ଦିଆଯିବ ନାହିଁ । ତେଣୁ ଜୀବନ ପ୍ରଦୀପ ଦାସ ଓ ରବୀନ୍ଦ୍ର କୁମାର ଜେନାଙ୍କୁ ଟିକେଟ ଦିଆଗଲା ନାହିଁ । ତେଣୁ ଏକ ନିର୍ବିବାଦୀୟ ସ୍ବରୂପ ଦାସ ଙ୍କୁ ଟିକେଟ ଦିଆଗଲା । ଏଥିନେଇ ଅନେକ ତୁମ୍ଭିତୋଫାନ ହୋଇ ଶେଷରେ ସମାଧାନ କରାଗଲା । ଆଜି ବିଜେଡି ତରଫରୁ ସ୍ବରୂପ କୁମାର ଦାସ କଂଗ୍ରେସ ତରଫରୁ ମମତା କୁଣ୍ଡୁ ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରିଥିଲା ବେଳେ ଆଗରୁ ପୂର୍ବ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ରଞ୍ଜନ ଦତ୍ତ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ଏସବୁକୁ ନେଇ ବିଚାର କରାଗଲେ ବିଜେପି ଓ ବିଜେଡି ଭିତରେ କଡା ଟକ୍କର ହେବ । ଏହି ଦୌଡରେ କଂଗ୍ରେସ ପଛରେ ପଡିଯିବ । କାରଣ ଏହି ଉପନିର୍ବାଚନ ମଣ୍ଡଳୀଟି ବିଜେପି ହାତରେ ଥିଲା ବେଳେ କେନ୍ଦ୍ର ମନ୍ତ୍ରୀ ବିଜେପିରୁ ଜିତିଥିବା ପ୍ରତାପ ଷଡଙ୍ଗୀଙ୍କ ସଂସଦୀୟ ଅନ୍ତର୍ଗତ ନିର୍ବାଚନ ମଣ୍ଡଳୀ ଅଟେ । ଏପଟେ ବିଜେଡିର ରାଜ୍ୟ ଭିତରେ ବହୁ ଦବଦବା ଥିବା ସହିତ ରାଜ୍ୟର ଶାସନ ଭାର ସମ୍ଭାଳୁଛି । ଗତ ନିର୍ବାଚନରେ ବିଜେଡି 13000 ଭୋଟ ବ୍ୟବଧାନରେ ଦିତୀୟ ସ୍ଥାନରେ ଥିଲା । ତେଣୁ ଏଥର ନିରବିବାଦିୟ ବିଜେଡି ପକ୍ଷରୁ ସ୍ବରୂପ ଦାସଙ୍କ ସହିତ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ସହିତ କଡା ଟକ୍କର ହେବ । (ରିପୋର୍ଟ – ସ୍ବରୂପ ଦାସ )