ଓଡ଼ିଶା ତାଜା ନ୍ୟୁଜ ( ୦୯ ଅକ୍ଟୋବର ଶୁକ୍ରବାର ) ବ୍ରହ୍ମପୁର :- ଗଞ୍ଜାମ ବ୍ଲକ ଅନ୍ତର୍ଗତ ନିମିସୁଲା ର ରମାପ୍ରଧାନ ହତ୍ୟାକାରୀ ଙ୍କୁ ତୁରନ୍ତ ଗିରଫ କରି ଆଇନ ଅନୁଯାଇ ଦଣ୍ଡ ବିଧାନ, ରମ୍ଭା ଥାନା ଆଇ ଆଇ ସି ଙ୍କୁ ସସ୍ପେଣ୍ଡ କରିବା, ରମା ପ୍ରଧାନ ଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବା ସହିତ ହଥରସ ଗଣଦୁଷ୍କର୍ମ କାରୀଙ୍କୁ କଠୋର ଦଣ୍ଡ, ଏ ଘଟଣାର ବିଚାରବିଭାଗୀୟ ତଦନ୍ତ ଦାବିରେ ଆଜି ଗଞ୍ଜାମ ଜିଲ୍ଲାପାଳ ଅଫିସ ଠାରେ ଦଳିତ ଶୋଷଣ ମୁକ୍ତି ମଞ୍ଚ ଓ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଂଘଠିତ ହୋଇଯାଇଛି । ଏ ଥିରେ ସଂଗଠନ ର ଆବାହକ ରାମଚନ୍ଦ୍ର ନାୟକ, କୈଳାସ ଷଡ଼ଙ୍ଗୀ, ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ପି. ହରିକୃଷ୍ଣ ରେଡଡି, ଵାପିନୀ ନାୟକ, ମହିଳା ନେତ୍ରୀ ବାସନ୍ତୀ ଷଡ଼ଙ୍ଗୀ, ବିଷ୍ନୁପ୍ରିୟା ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ । ( ରିପୋର୍ଟ : ଶେଷଦେବ ସାହୁ )