ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ମହାନ ଆଦିବାସୀ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ତ୍ୟାଗ, ସଂଘର୍ଷ ଓ ଆଦର୍ଶକୁ ସ୍ମରଣ କରିବା ସହ ଜନଜାତୀୟ ଗୌରବ ଓ ସାଂସ୍କୃତିକ ଚେତନାର ପ୍ରସାର ପାଇଁ କୁଈକୂଳ ସମିତି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ସ୍ଥିତ କୁଈକୂଳ ସମିତି ଉପଶାଖା ପକ୍ଷରୁ ଗୁଡ୍ରିଗୁଡ଼ା ଠାରେ ଏକ ସଚେତନତାମୂଳକ ବୈଠକ ସହ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଛି । ବୈଠକରେ କୁଈକୂଳ ସମିତିର ନୀତି, ଆଦର୍ଶ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।

ବିଶେଷକରି ଜନଜାତି ସମାଜ ମଧ୍ୟରେ ଏକତା, ଭାଇଚାରା, ସଂଗଠନକୁ ସୁଦୃଢ଼ କରିବା ସହ ନିଜସ୍ୱ ଭାଷା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସୁରକ୍ଷା ଉପରେ ମତ ପ୍ରକାଶ ପାଇଥିଲା । ନିଜ ସାମାଜିକ ପରିଚୟ ଓ ପରମ୍ପରାକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ପାଇଁ ସମସ୍ତେ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏହାସହ ଆସନ୍ତା ନଭେମ୍ବର ୧୫ ତାରିଖରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ ତମ ଜୟନ୍ତୀ ତଥା ‘ଜନଜାତୀୟ ଗୌରବ ଦିବସ’କୁ ଦାରିଙ୍ଗବାଡ଼ି ବ୍ଲକସ୍ତରରେ ଭବ୍ୟ ଓ ଉତ୍ସାହପୂର୍ଣ୍ଣ ଭାବେ ପାଳନ କରିବା ନିମନ୍ତେ ଆୟୋଜନ,
















