କନ୍ଧମାଳ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଅର୍ଣ୍ଣବ ବାତ୍ୟାର ପ୍ରଭାବରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷ ଓ ଜଳସେଚନ ବ୍ୟବସ୍ଥା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏବେ ଚାଷୀଙ୍କ ଚିନ୍ତା ବଢ଼ାଇଛି ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ପଞ୍ଚାୟତର ଜଳସେଚନ ସମସ୍ୟା। ବାତ୍ୟାରେ ଏହି ପଞ୍ଚାୟତର ଜଳସେଚନ ବ୍ୟବସ୍ଥା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଚାଷ ଜମିକୁ ପାଣି ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଫଳରେ ବିନ୍ସ ଓ ଧାନ ଚାଷ ବଞ୍ଚାଇବା ଚାଷୀଙ୍କ ପାଇଁ ବଡ଼ ଆହ୍ୱାନ ପାଲଟିଛି।

ଏହି ଗୁରୁତର ସମସ୍ୟାକୁ ନେଇ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶମାଝିଙ୍କ ନିର୍ଦ୍ଦେଶକ୍ରମେ ବିଜେପି ଜିଲ୍ଲା ସମ୍ପାଦିକା ପୁଷ୍ପାଞ୍ଜଳି ତ୍ରିପାଠୀ ଓ ନଗର ସାଧାରଣ ସମ୍ପାଦକ ଅରୁଣ ପ୍ରଧାନଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଉଠା ଜଳସେଚନ କାର୍ଯ୍ୟାଳୟରେ ପହଞ୍ଚି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଇନ୍ଦ୍ରଗଡ଼ ପଞ୍ଚାୟତର ଚାଷୀଙ୍କୁ ଯଥାଶୀଘ୍ର ଜଳସେଚନ ସୁବିଧା ଯୋଗାଇ ଦେବା ସହ ବିନ୍ସ ଓ ଧାନ ଫସଲକୁ ନଷ୍ଟ ହେବାରୁ ରକ୍ଷା କରିବା ଉପରେ ପ୍ରତିନିଧି ମଣ୍ଡଳୀ ଗୁରୁତ୍ୱାରୋପ କରିଥିଲେ।
















