• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସମ୍ବିଧାନକୁ ରକ୍ଷା କରିବାକୁ ବଜ୍ର ଶପଥ ନେଇଛି କଂଗ୍ରେସ : ଭକ୍ତ

Proprietor Abhimanyu Maharana by Proprietor Abhimanyu Maharana
November 26, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ସମ୍ବିଧାନକୁ ରକ୍ଷା କରିବାକୁ ବଜ୍ର ଶପଥ ନେଇଛି କଂଗ୍ରେସ : ଭକ୍ତ
Share on FacebookShare on TwitterWhatsapp

ଯିଏ ଜାତୀୟ ସଂଗୀତ, ପତାକାକୁ ମାନେନାହିଁ ସେ ଦେଶଦ୍ରୋହୀ : ଲାଲଜୀ  l

  • ନାରାବାଜି ଓ ବାଇକ୍‌ ରାଲିରେ କମ୍ପିଲା ଓଡ଼ିଶାର ପୁରପଲ୍ଲୀ l

  •  ଭୋଟ ଚୋର ଗାଦି ଛାଡ଼’ ଓ ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ସାରା ରାଜ୍ୟରେ ଗୁଂଜରିତ l

  • ସମ୍ବିଧାନ ଦିବସରେ ଭୁବନେଶ୍ବରଠାରେ ବିଶାଳ ‘ସମ୍ବିଧାନ ରକ୍ଷା ରାଲି’ ଆୟୋଜିତ ଏସଆଇଆର ରଦ୍ଦ, ଏମ୍‌ଏମ୍‌ଡିଆର l

  • ସଂଶୋଧନ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବହିଷ୍କାର, ନରାଜ ଡାଟା ସେଣ୍ଟର ବାତିଲ, ମହାନଦୀ ନ୍ୟାୟ ଓ ବାତ୍ୟାବିପନ୍ନଙ୍କୁ ସହାୟତା ଦାବି କଲା କଂଗ୍ରେସ l

ଭୁବନେଶ୍ୱର  (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଗଣତନ୍ତ୍ରର ହତ୍ୟାକାରୀ ମୋଦୀ ସରକାରକୁ ତଡ଼ିବା ପାଇଁ ପ୍ରକୃଷ୍ଟ ସମୟ ଉପନୀତ। ରାଜସ୍ଥାନ ପଂଚାୟତ ନିର୍ବାଚନ ଫଳାଫଳ ମୋଦୀ ସରକାରର ନିଦ ହଜାଇଦେଇଛି । ଗତ ତିନିଦିନ କାଳ ଓଡ଼ିଶାର ପୁରପଲ୍ଲୀରେ କଂଗ୍ରେସ କର୍ମୀ ଓ ନେତାମାନେ ସହସ୍ରାଧିକ ସଂଖ୍ୟାରେ ରାଲିମାନ କରି ଯେଭଳି ବାତାବରଣ ସୃଷ୍ଟି କରିଛନ୍ତି, ତାହା ବ୍ୟର୍ଥ ଯିବନାହିଁ । ଖୁବ୍ ଶିଘ୍ର ଏହି ଜନବିରୋଧୀ ଡବଲ-ଇଂଜିନ ସରକାରର ପତନ ଅନିବାର୍ଯ୍ୟ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ।

ସେ ସୂଚନା ଦେଇ କହିଥିଲେ, ଗୁରୁବାର ପୂର୍ବାହ୍ନରେ ଓଡ଼ିଶାର ସମସ୍ତ ଜିଲ୍ଲାର ଦୂରଦୂରାନ୍ତରୁ ହଜାରହଜାର ସଂଖ୍ୟାରେ ନେତା ଓ କର୍ମୀମାନେ ଗାଡ଼ି ଓ ଟ୍ରେନ୍‌ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲେ। ୧୫୦ କିମି ପରିମିତ ଅଞ୍ଚଳର ନେତା ଓ କର୍ମୀ ବଡ଼ବଡ଼ ବାଇକ୍ ରାଲିରେ ଆସି ପହଞ୍ଚିଥିଲେ । ତେବେ ଦୂରଦୂରାନ୍ତର ଜିଲ୍ଲାଗୁଡ଼ିକରେ ୨୪ ତାରିଖରେ ଓ ସମୀପବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୨୫ ତାରିଖରେ ବ୍ଲକ୍‌ ଓ ଜିଲ୍ଲାସ୍ତରୀୟ ବାଇକ୍‌ ରାଲି ଆୟୋଜିତ ହୋଇଥିଲା। ସାରା ରାଜ୍ୟରେ ପଂଚାୟତ ସ୍ତର ଯାଏ ଭୋଟ ଚୋରି ବିରୋଧରେ ଗାଁ ଦାଣ୍ଡ ସଭା (ଚୌପାଲ) ଚାଲିଛି। ଆସନ୍ତା ୧୫ ଡିସେମ୍ବର ଯାଏ ଏହା ଚାଲିବ ବୋଲି ସେ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ଯୋଗଦେଇ ଏଆଇସିସିର ଓଡ଼ିଶା ପ୍ରଭାରୀ ଲାଲଜୀ ଦେଶାଇ କହିଥିଲେ, ଅନ୍ୟମାନଙ୍କୁ କଥା କଥାକେ ଦେଶଦ୍ରୋହୀ କହୁଥିବା ବିଜେପି ପ୍ରକୃତରେ ଦେଶଦ୍ରୋହୀମାନଙ୍କର ଏକ ଦଳ। ଯୋଉମାନେ ନିଜ ଦେଶର ପତାକା, ଜାତୀୟ ସଂଗୀତ ଓ ମାମାଟିକୁ ସମ୍ମାନ ଦିଅନ୍ତିନି ସେମାନେ ହିଁ ପ୍ରକୃତ ଦେଶଦ୍ରୋହୀ ପଦବାଚ୍ୟ ବୋଲି ସେ କହିଥିଲେ। ମାତୃଭୂମିର ସ୍ବାଧୀନତା ଆନ୍ଦୋଳନରେ ସାମାନ୍ୟତମ ଭୂମିକା ନ ଥିବା, ଦେଶର ତ୍ରିରଙ୍ଗା ପତାକା ବଦଳରେ ନାଗପୁର ଆରଏସଏସ ମୁଖ୍ୟାଳୟରେ ଅନ୍ୟ ପତାକା ଲଗାଇବା, ‘ଜନଗଣମନ..’ ବଦଳରେ ‘ନମସ୍ତେ ସଦାବତ୍ସଳେ..’କୁ ଗାନ କରିବା ଏହାର ଜ୍ବଳନ୍ତ ଉଦାହରଣ ବୋଲି ସେ କହିଥିଲେ ।

 

ଏଭଳି ଦେଶଦ୍ରୋହୀମାନଙ୍କୁ ଅଧିକ କାଳ ଶାସନଗାଦିରେ ବରଦାସ୍ତ କରିବା ଉଚିତ ନୁହେଁ, ଏହି କଥାକୁ ଲୋକେ ବୁଝିଲେଣି ବୋଲି ଶ୍ରୀ ଦେଶାଇ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଆଇସିସିର ଦୁଇ ଓଡ଼ିଶା ସହ-ପ୍ରଭାରୀ ଜେଟି କୁସୁମ କୁମାର ଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଦୁଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପଂଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ସୁରେଶ ରାଉତରାୟ, ଶରତ ରାଉତ, ପୂର୍ବତନ ସାଂସଦ ଅନନ୍ତ ସେଠୀ, ଏଆଇସିସିର ନୂଆ ସଂପାଦକ ଡ.ଦେବାଶିଷ ପଟ୍ଟନାୟକ, ପିସିସିର ଉପସଭାପତି ଡ.ବିଶ୍ବରଂଜନ ମହାନ୍ତି, କୃଷ୍ଣଚନ୍ଦ୍ର ସଗରିଆ, ସସ୍ମିତା ବେହରା, ପିସିସି ପ୍ରଶାସନିକ ଅଧିକାରୀ ସମୀର ରାଉତରାୟ, ଏନଏସୟୁଆଇ ରାଜ୍ୟ ସଭାପତି ବିଭୂତି ଭୂଷଣ ମହାପାତ୍ର, ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରକାଶ ଜେନା ପ୍ରମୁଖ ଯୋଗଦେଇ ଭାରତୀୟ ସମ୍ବିଧାନର ଐତିହ୍ୟ ଓ ମହତ୍ତ୍ବ ଉପରେ ଆଲୋଚନା କରିଥିଲେ ।

ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଓ ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ବରୂପ ଦାଶଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭାରତର ସମ୍ବିଧାନ ପ୍ରଣୟନ ସଭାର ଓଡ଼ିଆ ସଦସ୍ୟମାନଙ୍କ ସ୍ମୃତିରେ ପିସିସି ପକ୍ଷରୁ ଅଭିବାଦନ ଜ୍ଞାପନ କରାଯାଇଥିଲା । ଏଆଇସିସି ପକ୍ଷରୁ ପ୍ରସ୍ତୁତ ଏକ ସଂକଳ୍ପ ପତ୍ରକୁ ସମବେତ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ନିଜ ଅଭିଭାଷଣ ଅବସରରେ ପିସିସି ସଭାପତି ପାଠ କରାଇଥିଲେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦେଶ ପ୍ରତି ସମର୍ପିତ ହୋଇ ଦଳ ପାଇଁ ଏକମନ ହୋଇ କାର୍ଯ୍ୟ କରିବାକୁ ସମସ୍ତେ ଶପଥ ନେଇଥିଲେ। ଶେଷରେ ସଂଗଠନ ଉପସଭାପତି ସନ୍ତୋଷ ସିଂହ ସାଲୁଜା ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚିଲିକା ବୋଇତ ବନ୍ଦାଣ ମଞ୍ଚରେ କବିତା ସଂକଳନ ଆକୁଳ ଆବେଗ ଉନ୍ମୋଚିତ

ଚିଲିକା ବୋଇତ ବନ୍ଦାଣ ମଞ୍ଚରେ କବିତା ସଂକଳନ ଆକୁଳ ଆବେଗ ଉନ୍ମୋଚିତ

November 26, 2026
ସୁନାମୁହିଁ ଘାଟରେ ବୋଇତ ବନ୍ଦାଣ ଉତ୍ସବ

ସୁନାମୁହିଁ ଘାଟରେ ବୋଇତ ବନ୍ଦାଣ ଉତ୍ସବ

November 26, 2026
 ନୂଆଦିଲ୍ଲୀରେ ଇନ୍ଦ୍ରପ୍ରସ୍ଥ ସମାରୋହର ଭବ୍ୟ ଆୟୋଜନ 

 ନୂଆଦିଲ୍ଲୀରେ ଇନ୍ଦ୍ରପ୍ରସ୍ଥ ସମାରୋହର ଭବ୍ୟ ଆୟୋଜନ 

November 26, 2026
ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ଆଇନ କେବେ?

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ଆଇନ କେବେ?

November 26, 2026

Recent News

ଚିଲିକା ବୋଇତ ବନ୍ଦାଣ ମଞ୍ଚରେ କବିତା ସଂକଳନ ଆକୁଳ ଆବେଗ ଉନ୍ମୋଚିତ

ଚିଲିକା ବୋଇତ ବନ୍ଦାଣ ମଞ୍ଚରେ କବିତା ସଂକଳନ ଆକୁଳ ଆବେଗ ଉନ୍ମୋଚିତ

November 26, 2026
ସୁନାମୁହିଁ ଘାଟରେ ବୋଇତ ବନ୍ଦାଣ ଉତ୍ସବ

ସୁନାମୁହିଁ ଘାଟରେ ବୋଇତ ବନ୍ଦାଣ ଉତ୍ସବ

November 26, 2026
 ନୂଆଦିଲ୍ଲୀରେ ଇନ୍ଦ୍ରପ୍ରସ୍ଥ ସମାରୋହର ଭବ୍ୟ ଆୟୋଜନ 

 ନୂଆଦିଲ୍ଲୀରେ ଇନ୍ଦ୍ରପ୍ରସ୍ଥ ସମାରୋହର ଭବ୍ୟ ଆୟୋଜନ 

November 26, 2026
ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ଆଇନ କେବେ?

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ଆଇନ କେବେ?

November 26, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚିଲିକା ବୋଇତ ବନ୍ଦାଣ ମଞ୍ଚରେ କବିତା ସଂକଳନ ଆକୁଳ ଆବେଗ ଉନ୍ମୋଚିତ

ଚିଲିକା ବୋଇତ ବନ୍ଦାଣ ମଞ୍ଚରେ କବିତା ସଂକଳନ ଆକୁଳ ଆବେଗ ଉନ୍ମୋଚିତ

November 26, 2026
ସୁନାମୁହିଁ ଘାଟରେ ବୋଇତ ବନ୍ଦାଣ ଉତ୍ସବ

ସୁନାମୁହିଁ ଘାଟରେ ବୋଇତ ବନ୍ଦାଣ ଉତ୍ସବ

November 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version