ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ବିରିଡି ବ୍ଲକ ରଘୁନାଥପୁର ସ୍ଥିତ ଧବଳେଶ୍ୱର ମନ୍ଦିର ନିକଟରେ ସକାଳୁ ଡ଼ଙ୍ଗା ଭସାଯାଇଥିଲା l ପରେ ମନ୍ଦିର ନିକଟରେ ପୂଜା ଅର୍ଚନା ସହ ଗଜ ଓ ତରଣ କରାଯାଇ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଅର୍ପଣ କରାଯାଇ ଥିଲା l ଗ୍ରାମର ଯୁବକ ମାନେ ଆଗ୍ରହ ସହକାରେ ଉକ୍ତ ଧାର୍ମିୟ କାର୍ଯ୍ୟକ୍ରମ କୁ ସମାପନ କରିଥିଲେ l କାର୍ତ୍ତିକ ମାସ ସାରା ଏହି ମନ୍ଦିରରେ ପୂଜାପାଠ କରାଯାଇଥିଲା l

ବିଶେଷ କରି ମହାଦେବ ଦାସଙ୍କ କାର୍ତ୍ତିକ ମହାତ୍ମା ( ପଦ୍ମ ପୁରାଣ ) ଅନୁଯାଇ ଶଙ୍ଖାଶୁର ବେଦ ଚୋରିକଲାପରେ ବ୍ରହ୍ମାଦୀ ଦେବତା ମାନଙ୍କ ପ୍ରାର୍ଥନା ରେ ଭଗବାନ ବିଷ୍ଣୁ କହିଲେଜେ ସବୁ ଦେବାଦେବୀ ମାନେ କାର୍ତ୍ତିକ ବ୍ରତ ପାଳନ କରନ୍ତୁ l ପ୍ରାତଃ କାଳରୁ ସ୍ନାନ୍ନ ଦେବାଦେବୀ ଆଦି ପୂଜା ଅର୍ଚନା ଓ ହବିଷ୍ୟର୍ଣ୍ଣ ଭକ୍ଷଣ କରି ନିଷ୍ଠାପର ଭାବେ ରହି ଲେ ସେବ୍ରତର ଫଳ ପ୍ରାପ୍ତ ହୋଇ ମୁଁ ଶକ୍ତିଶାଳୀ ହେବି ଏବଂ ଶଙ୍ଖାଶୁର କୁ ବଧ କରି ବେଦ ଉଦ୍ଧାର କରିବି ସେଥି ପାଇଁ ଭଗବାନ ବିଷ୍ଣୁ ଙ୍କର ପ୍ରଥମ ଅବତାର ମୀନ l
















