No Result
View All Result

ନୟାଗଡ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ହେଲଥ ଭିଲେଜ ହସ୍ପିଟାଲ ଭୁବନେଶ୍ୱର, ଆନୁକୂଲ୍ୟ ରେ ସ୍ୱାସ୍ଥ୍ୟ ସଚେତନତା ଶିବିର ଇଟାମାଟି ଆଶ୍ରିବାଦ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଅଛି, ଏହି ଶିବିର ର ମୁଳ ଉଦେଶ୍ୟ ଥିଲା ଲୋକ ମାନେ କିପରି ବିନା ଅସ୍ତ୍ରୋପଚାର ରେ ଆଣ୍ଠୁ ଗଣ୍ଠି, ଅଣ୍ଟା ଇତ୍ୟାଦି ଯନ୍ତ୍ରଣା ରୁ ମୁକ୍ତି ପାଇବେ ଏ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ହେଲଥ ଭିଲେଜ ହସ୍ପିଟାଲ ର ପ୍ରତିଷ୍ଠାତା ତଥା ଡାକ୍ତର ଶୋଭନ କୁମାର ରଥ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ ଡାକ୍ତର ରାମକୃଷ୍ଣ ପାତ୍ର,ସ୍ଥାନୀୟ ସମାଜସେବୀ ତଥା ପ୍ରଦେଶ କଂଗ୍ରେସ ସେବାଦଳ ର ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ, ସଂଯୋଜକ ସୁରେନ୍ଦ୍ର କୁମାର ସାହୁ, ଅବସର ପ୍ରାପ୍ତ ଡାକ୍ତର ରାଜକିଶୋର ବରାଡ଼,

ସମାଜ ସେବି ଦାମ ସାର, ପରିବେଶବିତ ସୁକାନ୍ତ ଚୌଧୁରୀ, ବୃକ୍ଷ ଓ ଜୀବର ବନ୍ଧୁ ପରିଷଦ ର ସଭାପତି ସତ୍ୟବାଦୀ ସ୍ୱାଇଁ, ବ୍ୟଙ୍ଗ କବି ରବୀନ୍ଦ୍ର କୁମାର ରାଉତ ଓ ଉମେଶ ଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇଥିଲେ,ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ ତାଙ୍କ ଅଭିଭାଷଣ ରେ ଦୈନଦିନ ଜୀବନ ରେ ନିଜ ସ୍ୱାସ୍ଥ୍ୟ ପ୍ରତି କିପରି ଯତ୍ନବାନ ହେବେ ସୁନ୍ଦର ସୁନ୍ଦର ବାର୍ତ୍ତା ଦେଇଥିଲେ, ସ୍ଵାସ୍ତ୍ୟ ସେବା ଅନୁଷ୍ଠାନ କୁ ଆଶା କର୍ମି, ଏସଏଚଜି ଗ୍ରୁପ,ବିଭିନ୍ନ ଯୁବ ଅନୁଷ୍ଠାନ ର କର୍ମ କର୍ତା ଓ ବହୁ ପ୍ରତିଭୂ ମାନଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ଶେଷରେ ମଞ୍ଚ ପରିଚାଳନା କରିଥିବା ତଥା ସଂଯୋଜକ ସୁରେନ୍ଦ୍ର କୁମାର ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭା ସାଙ୍ଗ କରାଯାଇଥିଲା l

No Result
View All Result