କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୂଜ ) (ନି.ପ୍ର) ହିଆଁଲ :- ହିଆଁଲ କ୍ଲଷ୍ଟର ଅନ୍ତର୍ଗତ ବେହେରେନସିଲେଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ହାତଧୁଆ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତୁରେକେଲା ଅତିରିକ୍ତ ଶିକ୍ଷା ଅଧିକାରୀ ଜଗବନ୍ଧୁ ମାଝୀ, ହିଆଁଲ ସିଆରସିସି ତଥା ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶ ଯୋଗ ଦେଇଥିଲେ । ସିଆରସିସି ଶ୍ରୀ ଦାଶ “ହାତ ଧୋଇବା, ସୁସ୍ଥ ରହିବା” ଉପରେ ସଚେତନ କରାଇ ନିଜେ ହାତ ଧୋଇ ପଦ୍ଧତି ପ୍ରଦର୍ଶନ କରିଥିଲେ ।
















