No Result
View All Result

କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟରେ ପ୍ରତ୍ୟକ୍ଷ ନିର୍ବାଚନ ପରିବର୍ତ୍ତେ ଚୟନ ପ୍ରକ୍ରିୟା ମାଧ୍ୟମରେ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ପ୍ରତିନିଧିମାନଙ୍କୁ ମନୋନୀତ କରାଯାଇଛି । ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତଙ୍କ ଅଧ୍ୟକ୍ଷତାରେ ଏହି ଚୟନ ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହୋଇଛି । ଚୟନରେ ଦ୍ୱିତୀୟ ବର୍ଷ ବାଣିଜ୍ୟ ବିଭାଗର ସାହୀନ ବେଗମ ସଭାପତି, ଦ୍ୱିତୀୟ ବର୍ଷ ଇଂରାଜୀର ଯାଜ୍ଞସେନୀ ନାଏକ ଉପସଭାପତି, ଦ୍ୱିତୀୟ ବର୍ଷ ଓଡ଼ିଆର ଲକ୍ଷ୍ମୀପ୍ରିୟା ହଂସ ସାଧାରଣ ସମ୍ପାଦକ, ଚୂଲେଶ୍ୱରୀ ରଣା ସହ-ସମ୍ପାଦକ, କୃତାଞ୍ଜଳି ପାଣିଗ୍ରାହୀ ସାଂସ୍କୃତିକ ସମ୍ପାଦିକା, ତୃତୀୟ ବର୍ଷ ଓଡ଼ିଆର ଦିବ୍ୟା ଭାରତୀ ରାଏ କ୍ରୀଡ଼ା ସମ୍ପାଦିକା ଭାବେ ମନୋନୀତ ହୋଇଛନ୍ତି ।

ଜୁଲି ଖର୍ଶେଲ ବାଣିଜ୍ୟ ବିଭାଗ ଓ ପୁଷ୍ପାଞ୍ଜଳି ତାଣ୍ଡି କଳା ବିଭାଗର ଶ୍ରେଣୀ ପ୍ରତିନିଧି ହୋଇଛନ୍ତି । ଇଂରାଜୀ ବିଭାଗ ଅଧ୍ୟାପକ ସୋମନାଥ ମେହେର ନିର୍ବାଚନ ପର୍ଯ୍ୟବେକ୍ଷକ ଓ ରାଜନୀତି ବିଜ୍ଞାନ ବିଭାଗର ଜିତେନ୍ଦ୍ର ସୁନା ଆପତ୍ତି ଓ ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ନବମନୋନୀତଙ୍କ ପ୍ରତିକ୍ରିୟା: ସଭାପତି ସାହୀନ ବେଗମ କହିଛନ୍ତି,”ସଭାପତି ଭାବେ ମନୋନୀତ ହୋଇ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ। ଏହା ମୋ ପାଇଁ ସୁଯୋଗ ସହ ବଡ଼ କର୍ତ୍ତବ୍ୟ । ସମସ୍ତ ଛାତ୍ରୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ମହାବିଦ୍ୟାଳୟର ଉନ୍ନତି, ଶୃଙ୍ଖଳା ଓ ଏକତା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବି ।”

ଉପସଭାପତି ଯାଜ୍ଞସେନୀ ନାଏକ କହିଛନ୍ତି, “ଏହା ମୋ ପାଇଁ ସମ୍ମାନର ବିଷୟ। ସମସ୍ତଙ୍କ ସହଯୋଗରେ ଏକ ସୁସ୍ଥ ଓ ଶୃଙ୍ଖଳିତ ପରିବେଶ ଗଢ଼ିବାକୁ ଚେଷ୍ଟା କରିବି ।” ସାଧାରଣ ସମ୍ପାଦକ ଲକ୍ଷ୍ମୀପ୍ରିୟା ହଂସ କହିଛନ୍ତି, “ଛାତ୍ରୀମାନଙ୍କ ମତାମତ ଓ ଅଭିଯୋଗକୁ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବି। ଶିକ୍ଷା ସହ ସାଂସ୍କୃତିକ କାର୍ଯ୍ୟକଳାପରେ ଅଧିକ ଅଂଶଗ୍ରହଣ ପାଇଁ ପ୍ରୟାସ କରିବି ।” ଅନ୍ୟ ମନୋନୀତ ଛାତ୍ରୀମାନେ ମିଳିତ ଭାବେ କହିଛନ୍ତି ଯେ, ଏହା ନେତୃତ୍ୱ ଓ ସେବା ମନୋଭାବ ବିକଶିତ କରିବାର ସୁଯୋଗ। ମହାବିଦ୍ୟାଳୟର ଗୌରବ ବୃଦ୍ଧି ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବୁ ।

No Result
View All Result