କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ତୁରେକେଲା ବ୍ଲକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହିଆଁଲ ଠାରେ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଭରାସାଗରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସିଆରସିସି ବିରଞ୍ଚି ନାରାୟଣ ଦାଶ, ଏସଏମସି ସଭାପତି ପର୍ଶୁରାମ ମାଝୀ ଓ ବରିଷ୍ଠ ଶିକ୍ଷୟିତ୍ରୀ ଲତାମଣି ସ୍ୱାଇଁ,ମମତା ପଣ୍ଡା ଯୋଗ ଦେଇଥିଲେ ।

ଶିକ୍ଷକ ପ୍ରଶାନ୍ତ ବିଶ୍ୱାଳ ସଭା ପରିଚାଳନା କରିଥିଲେ । ବୈଠକରେ ବାଲ୍ୟବିବାହ, ଶିଶୁ ଶ୍ରମିକ ପ୍ରଥା, ନିଶାମୁକ୍ତ ଭାରତ ଅଭିଯାନ, ୧୪-୧୫ ବର୍ଷ ବୟସର ବାଳିକାଙ୍କୁ ଏଚପିଭି ଟୀକା ଏବଂ ବିଶ୍ୱ ହାତଧୁଆ ଦିବସ ଉପରେ ସିଆରସିସି ସଚେତନ କରାଇଥିଲେ । ୭୦ରୁ ଅଧିକ ଅଭିଭାବକ ଯୋଗ ଦେଇ ନିଜ ସମସ୍ୟା ଓ ମତାମତ ରଖିଥିଲେ ।
















