ବାଲୁଗାଁ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସ୍ଥାନୀୟ ଭାରତୀୟ ଜୀବନ ବୀମା ନିଗମ ଶାଖା କାର୍ଯ୍ୟାଳୟ ଠାରେ ଲିୟାଫି ସଂଘର ୬୨ତମ ପ୍ରତିଷ୍ଠା ଦିବସ ସହିତ ଗାନ୍ଧୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଲିଆଫି ସଂଘର ସଭାପତି ଶ୍ରୀ ବିନୋଦ କୁମାର ରାଉତରାୟ ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

ମୁଖ୍ୟ ଅତିଥି ରୂପେ ଶାଖା ପ୍ରବନ୍ଧକ ଶ୍ରୀ ଅନୟ କୁମାର ମହାନ୍ତି ଏବଂ ମୁଖ୍ୟ ବକ୍ତା ଭାବେ ସହ ଶାଖା ପରିଚାଳକ ଶ୍ରୀ ସମୀର ରଞ୍ଜନ ଚଇନି ଯୋଗଦେଇ ଲିୟାଫିର ୧୯୬୪ ରୁ ଆଜି ପର୍ଯ୍ୟନ୍ତ ଇତିହାସ ଓ ଏଜେଣ୍ଟ ମାନଙ୍କ ଅଧିକାର ବିଷୟରେ ଆଲୋକପାତ କରିଥିଲେ। ଶାଖା ସଂଯୋଜକ ଶ୍ରୀ ତ୍ରିଲୋଚନ ସାହୁ ସଂଗଠନକୁ ସୁଦୃଢ କରିବା ଓ ସଂଗଠିତ ରହିବା ପାଇଁ ଆହ୍ୱାନ ଦେଇଥିଲେ ।















