ଓଡ଼ିଆ ସାହିତ୍ୟରେ ରାଧାନାଥଙ୍କ ଅବଦାନ ଅତୁଳନୀୟ : ଆଲୋଚକ
ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସୌଜନ୍ୟରେ ଏବଂ ଶାଳବଣ ସାହିତ୍ୟ ସଂସଦର ସଂଯୋଜନାରେ ବାଲିଗୁଡ଼ା ସ୍ଥିତ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଠାରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଶାଳବଣ ସାହିତ୍ୟ ସଂସଦର ସଭାପତି ଡ. ମଧୁସୂଦନ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରିଷ୍ଠ ଆଇନଜୀବୀ କୌଶିକ ସାହୁ ଓ ରବୀନ୍ଦ୍ରନାଥ ରଥ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ଥିଲେ ।
















