
ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ସ୍ପାର୍କ ୨୦୨୬ ମଙ୍ଗଳବାର ବାଲୁଖଣ୍ଡ ସ୍ଥିତ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରୀଜିଲ୍ଲାର ୧୧ ଟି ବ୍ଳକରରେ ଥିବା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଯୋଗ ଦେଇଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ତଥା ପୁରୀଜିଲ୍ଲା ଓଏଭିଏସର ନୋଡାଲ ଅଧ୍ୟକ୍ଷ ଡ ନୀଳମାଧବ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ମୁଖ୍ଯ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡ.ସମ୍ବିତ ପାତ୍ର ଯୋଗଦେଇ କହିଲେ ପିଲାଟି ଦିନରୁ ବିଦ୍ଯା ଅଧ୍ୟୟନରେ ଲକ୍ଷ ରଖିବା ସହ ଦେଶର ଉର୍ନ୍ନତି ପାଇଁ ଚିନ୍ତନ କରିବା ଆବଶ୍ୟକ ରହିଛି ।














