
ମା’ଙ୍କ ମୂର୍ତ୍ତି ନିର୍ମାଣରେ ଦିନରାତି ନିମଗ୍ନ କାରିଗର
ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଆସୁଛି ଦୁର୍ଗାପୂଜା। ମା’ଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବାଲିଗୁଡ଼ା ସହର। ବାଲିଗୁଡା ର ମା ‘ ପାଟଖଣ୍ଡା ଦୁର୍ଗାପୂଜା ସମିତି ଓ ବିଦ୍ୟୁତ ବିଭାଗ ଦୁର୍ଗାପୂଜା କମିଟି ସମେତ ଆଖପାଖ ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ହୋଇପଡ଼ିଛନ୍ତି କାରିଗର ମାନେ। ମାଟି, କୁଶ ଓ ବାଉଁଶରେ ମା’ ଦୁର୍ଗାଙ୍କ ରୂପକୁ ଜୀବନ୍ତ କରିବା ପାଇଁ ଦିନରାତି ଏକ କରି ଦେଉଛନ୍ତି ଶିଳ୍ପୀ । ପ୍ରଥମେ ମୂର୍ତ୍ତିର ଢାଞ୍ଚା ପ୍ରସ୍ତୁତି ପରେ ମାଟିର ପରସ୍ତ ପରସ୍ତ ଲେପ ଦେଇ ଦେବୀଙ୍କ ଆକୃତି ଗଢ଼ାଯାଉଛି ।














