ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 5.1.2020 :- ଛାତ୍ରଛାତ୍ରୀମାନଙ୍କର ମନସ୍ତତ୍ୱ ,ଅଧ୍ୟାପକମାନଙ୍କ ମାନସିକତା, ସମାଜର ଦାୟିତ୍ୱବୋଧତା ଏବଂ ଅଭିଭାବକମାନଙ୍କ ଭରସାକୁ ପାଥେୟ କରି ଆମକୁ ଉଚ୍ଚଶିକ୍ଷାକୁ ଆଗକୁ ନେବାକୁ ପଡିବ । ଅଧ୍ୟାପକମାନେ ଛାତ୍ରଛାତ୍ରୀ ତଥା ସମାଜ ଉପରେ ଏକ ସକାରାତ୍ମକ ପ୍ରଭାବ ବିସ୍ତାର କରିବା ପାଇଁ ପର୍ଯ୍ୟନ୍ତ ସୁଯୋଗ ରହିଛି ।
ଘରେ ବାପ ମା ମାନେ ସେମାନଙ୍କ ପୁଅ ଝିଅ ମାନଙ୍କୁ ଆପଣମାନଙ୍କ ନିକଟକୁ ଛାଡ଼ୁଛନ୍ତି କିଛି ପଢିବେ ଆଉ ସମାଜରେ ନିଜକୁ ପ୍ରତିଷ୍ଠା କରିବା ପାଇଁ ଆଉ ଆପଣମାନେ ଯଦି ଶିକ୍ଷା କୁ ବୃତି ଭାବି ନିଜ ନିଜ ର ଦାୟିତ୍ୱ ସାରିଦେବେ ତେବେ ସମାଜ ଆପଣଙ୍କୁ ପ୍ରଶ୍ନ ପଚାରିବା ବେଳେ ଅପଣମାନେ କଣ ଉତ୍ତର ଦେବେ? ଏ ପର୍ଯ୍ୟନ୍ତ ପ୍ରୋକ୍ତରୀଆଲ କମ ମେଂଟରିଂ ବ୍ୟବସ୍ତା କଣ ପାଇଁ କରାହୋଇଥିଲା ତା’ର ଉଦେଶ୍ୟ ଅନ୍ୟମାନେ ଜାଣିପାରୁନାହାନ୍ତି । ଲକ୍ଷ ଥିଲା ଜଣେ ଶିକ୍ଷକ ୨୦/୨୫ ଜଣ ପିଲାଙ୍କର ଦାୟିତ୍ୱ ନେଇ ସେମାନଙ୍କ ଅଭିଭାବକ ମାନଙ୍କ ସହ କଥାବାର୍ତା ହୋଇ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ କିନ୍ତୁ ସେ ସବୁକୁ ଆପଣମାନେ ଦାଇତ୍ୱ ଭାବରେ ନେଇ କାମ ସାରିଦେଲେ କିନ୍ତୁ ଫଳ କଣ ହେଲା ନିଜେ ନିଜକୁ ପଚାରନ୍ତୁ । ଏଥି ସହିତ ମହାବିଦ୍ୟାଳୟ ମାନଙ୍କର ବିକାଶ ଦିଗରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଭୂମିକା ବହୁତ ରହିଛି।
ଏଭଳି ବହୁ ଉପଦେଶ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଆଜି ସରକାରୀ ମହାବିଦ୍ୟାଳୟ ଓ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଦିନିକିଆ ଦକ୍ଷତା ବିକାଶ କର୍ମଶାଳାରେ ବକ୍ତବ୍ୟ ଦେଇଥିଲେ।